ଅଧାରେ ରହିଲା ସ୍ବପ୍ନ

Nov 26, 2026 - 16:54
ଅଧାରେ ରହିଲା ସ୍ବପ୍ନ

 

ଭାରତର ୭୫ ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଯାତ୍ରା ଅଧାରେ ରହିଯାଇଥିଲା । ଭାରତର ପ୍ରତିଯୋଗୀ କାଜିଆ ଲିଜ୍ ମେଜୋ ଟପ ୩୦ରେ ପହଞ୍ଚିଥିଲେ ବି ଟପ ୧୨ରୁ ବାଦ ପଡିଥିଲେ । କେରଳର ମାଭେଲିକ୍କାରା ବାସିନ୍ଦା ତଥା ଆବୁଧାବିରେ ବଢ଼ିଥିବା କାଜିଆ ଲିଜ୍ ମେଜୋ ବର୍ତ୍ତମାନ ବେଙ୍ଗାଲୁରୁରେ ଆଇନ ପାଠ ଅଧ୍ୟୟନ କରିବା ସହ ମଡେଲିଂ କରୁଛନ୍ତି । ଦୀର୍ଘ ୧୨ ବର୍ଷ ଧରି ଶାସ୍ତ୍ରୀୟ ନୃତ୍ୟରେ ତାଲିମ ନେଇଥିବା କାଜିଆ ଜଣେ ଦକ୍ଷ ଗାୟିକା ସହ ଭାୟୋଲିନ୍ ଏବଂ ଡ୍ରମ୍ସ ବଜାଇବାରେ ପାରଙ୍ଗମ । ସେ ମାଲାୟାଲମ୍ ଚଳଚ୍ଚିତ୍ର ‘ସାଇଲକ୍’  ମାଧ୍ୟମରେ ଅଭିନୟ ଜଗତରେ ମଧ୍ୟ ପାଦ ଥାପିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ‘ମିସ୍ ୟୁନିଭର୍ସ କେରଳ’ର ସର୍ବକନିଷ୍ଠ ବିଜୟିନୀ ହୋଇଥିବା କାଜିଆ ଗତ ଅଗଷ୍ଟ ୨୩ ତାରିଖରେ ଜୟପୁରଠାରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ୫୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ‘ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬’ର ମୁକୁଟ ପିନ୍ଧିଥିଲେ । ସେହିଭଳି କେରଳରୁ ଏହି ଜାତୀୟ ସମ୍ମାନ ହାସଲ କରିବାରେ ସେ ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିଥିଲେ । ଅନ୍ୟପକ୍ଷରେ, ମିସ୍ ୟୁନିଭର୍ସ ପ୍ରତିଯୋଗିତାର ୭୫ତମ ହୀରକ ଜୟନ୍ତୀ ଅବସରରେ ବିଜୟିନୀଙ୍କ ପାଇଁ ଏକ ସ୍ୱତନ୍ତ୍ର ନୂତନ ମୁକୁଟ ପ୍ରସ୍ତୁତ କରାଯାଇଛି । ଏହାକୁ ପ୍ୟାରିସ୍‌ର ପ୍ରସିଦ୍ଧ ଅଳଙ୍କାର ପ୍ରତିଷ୍ଠାନ ‘ମେସନ୍ ଡି’ଓଆର୍’  ସହଯୋଗରେ ଜର୍ଜ ୱିଟେଲ୍ସ ଡିଜାଇନ୍ କରିଛନ୍ତି ଏବଂ ଏଥିରେ ହ୍ୱାଇଟ୍ ଗୋଲ୍ଡ ଉପରେ ୩,୧୫୦ଟି ହୀରା ଖଚିତ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)