Explosion: ବ୍ୟାଙ୍କକ ତୈଳ ଡିପୋରେ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ, ଆଖପାଖ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ

Nov 26, 2026 - 16:55
Explosion: ବ୍ୟାଙ୍କକ ତୈଳ ଡିପୋରେ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ, ଆଖପାଖ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ ସ୍ଥିତ ଏକ ପ୍ରମୁଖ ତୈଳ ଡିପୋରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ସହରର ପୂର୍ବାଞ୍ଚଳରେ ଥିବା ବାଙ୍ଗ ନା ଜିଲ୍ଲା ଅନ୍ତର୍ଗତ ବାଙ୍ଗଚାକ୍ ତୈଳ ଡିପୋରେ ଏହି ଅଘଟଣ ଘଟିବା ଫଳରେ ସମଗ୍ର ଆକାଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଛି।

ବିସ୍ଫୋରଣ ପରେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଖପାଖ ଅଞ୍ଚଳର ବାସିନ୍ଦା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ତେବେ ଏହି ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଏବଂ ଏଥିରେ କୌଣସି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।

Advertisment ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ନିର୍ଦ୍ଦେଶ ଜାରି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି।

ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳଠାରୁ ଦୂରେଇ ରହିବା ସହ ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଥାଇ ଶକ୍ତି କମ୍ପାନୀ 'ବାଙ୍ଗଚାକ୍ କର୍ପୋରେସନ୍' ଦ୍ୱାରା ପରିଚାଳିତ ଏହି ତୈଳ ଡିପୋର ଦୈନିକ କ୍ଷମତା ୧ ଲକ୍ଷ ୨୦ ହଜାର ବ୍ୟାରେଲ ରହିଛି।

ଏହା ଥାଇଲ୍ୟାଣ୍ଡର ପଞ୍ଚମ ବୃହତ୍ତମ ତୈଳ ଡିପୋ ହୋଇଥିବା ବେଳେ ସହରାଞ୍ଚଳ ମଧ୍ୟରେ ଅବସ୍ଥିତ ଏକମାତ୍ର ଡିପୋ।

Sharad Pawar: ପୁଣି ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)