୨ କୋଟି ଟଙ୍କା ମାଳ

Nov 25, 2026 - 13:58
୨ କୋଟି ଟଙ୍କା ମାଳ

 

ଉତ୍ତର ପ୍ରଦେଶର ମଥୁରାରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଜଣେ ବ୍ୟକ୍ତି ନିଜ ଦୁଇ ଶଳାଙ୍କୁ ପ୍ରତ୍ୟେକ ୧ କୋଟି ଟଙ୍କା ମୂଲ୍ୟର ନୋଟ୍‌ରେ ତିଆରି ମୋଟ ୨ କୋଟି ଟଙ୍କାର ନଗଦ ଟଙ୍କା ମାଳ ଉପହାର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପ୍ରାୟ ୧୦୦ ମିଟର ଲମ୍ବା ଏହି ମାଳଗୁଡ଼ିକୁ ଧରିବା ପାଇଁ ଡଜନ ଡଜନ ଲୋକଙ୍କ ଆବଶ୍ୟକତା ପଡ଼ିଥିଲା । ବରମାନଙ୍କ ଭିଣୋଇ ଯୋଗେଶ କୁମାର ରାଜସ୍ଥାନର ବାସିନ୍ଦା ହୋଇଥିବା ବେଳେ ଏହି ଦୁଇ ଭାଇଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ସେ ଏହି ବିଶାଳ ମାଳର ବ୍ୟବସ୍ଥା କରିଥିଲେ । ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ରେ ଏହି ମାଳଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା । ସେମାନଙ୍କ ବେକରେ ମାଳ ପିନ୍ଧାଇବା ବେଳେ ଉଭୟ ବରଙ୍କୁ ଏକ ଛାତ ଉପରେ ଛିଡ଼ା କରାଯାଇଥିଲା । ଏନେଇ ପ୍ରଶାନ୍ତ କହିଛନ୍ତି ଯେ ବିବାହ ପୂର୍ବରୁ ତାଙ୍କ ଭିଣୋଇ ଉଭୟ ଭାଇଙ୍କ ପାଇଁ ଏହି ଅବସରକୁ ସ୍ମରଣୀୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଠିକାଦାର ଭାବେ କାର୍ଯ୍ୟ କରୁଥିବା ଯୋଗେଶ ଏହି ବିଳାସପୂର୍ଣ୍ଣ ନଗଦ ଟଙ୍କା ମାଳ ଉପହାର ଦେଇ ନିଜ ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)