India: ଭାରତ ଉପରେ ୭୬୩.୫ ବିଲିଅନ ଡଲାର ବର୍ହିଋଣ

Nov 07, 2026 - 20:58
India: ଭାରତ ଉପରେ ୭୬୩.୫ ବିଲିଅନ ଡଲାର ବର୍ହିଋଣ

ଭୁବନେଶ୍ବର: ଭାରତର ବର୍ହିଋଣ ବୋଝ ବଢ଼ି ଚାଲିଛି।

୨୦୨୫ ମସିହାରେ ଭାରତର ମୋଟ ବାହ୍ୟ ଋଣ ରାଶି ୭୬୩.୫୧୬ ବିଲିଅନ ଡଲାରରେ ପହଞ୍ଚିଛି।

୨୦୧୫ ମସିହାରେ ଉକ୍ତ ଋଣ ପରିମାଣ ୪୭୮.୯୦୭ ବିଲିଅନ ଡଲାର ରେ ଥିଲା।

ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୫ରୁ ୨୦୨୫ ମଧ୍ୟରେ ଭାରତର ବିଦେଶୀ ଋଣ ପରିମାଣ ପାଖାପାଖି ୧.୫୯ ଗୁଣ ବଢ଼ିଛି।

ବିଶ୍ବବ୍ୟାଙ୍କର ଅନ୍ତର୍ଜାତୀୟ ଋଣ ରିପୋର୍ଟ ୨୦୨୬ରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି।

୨୦୨୪ ତୁଳନାରେ ୨୦୨୫ରେ ଭାରତର ବାହ୍ୟ ଋଣ ପରିମାଣ ପ୍ରାୟ ୬.୪ ପ୍ରତିଶତ ବୃଦ୍ଧି ଘଟିଛି।

Advertisment ଆହୁରି ପଢନ୍ତୁ : GSSBY: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା: ଆବେଦନ ପାଇଁ ଖୋଲିଲା ପୋର୍ଟାଲ ଭାରତର ମୋଟ ବାହ୍ୟ ଋଣ ବୋଝ ମଧ୍ୟରୁ ସରକାରଙ୍କ ଋଣ ରାଶି ୨୭୫.୫୬୦ ବିଲିଅନ ଡଲାରରେ ରହିଛି।

ସରକାରଙ୍କ ଗ୍ୟାରେଣ୍ଟି ନଥିବା ଘରୋଇ ଋଣ ପରିମାଣ ୩୩୭.୧୮୪ ବିଲିଅନ ଡଲାର ଥିବାବେଳେ ସ୍ବଳ୍ପମିଆଦୀ ଋଣ ପରିମାଣ ୧୫୦.୭୭୨ ବିଲିଅନ ଡଲାରରେ ରହିଛି ବୋଲି ବିଶ୍ବବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି।

ସରକାରଙ୍କ ଦ୍ବାରା କିମ୍ବା ସରକାରୀ ଗ୍ୟାରେଣ୍ଟି ରେ ଆସିଥିବା ମୋଟ ୨୭୫.୫୬୦ ବିଲିଅନ ଡଲାର ବାହ୍ୟ ଋଣ ମଧ୍ୟରୁ ବହୁପାକ୍ଷିକ ସଂସ୍ଥାରୁ ୯୭.୭୩୨ ବିଲିଅନ ଡଲାର, ଦ୍ବିପାକ୍ଷିକ ସଂସ୍ଥାରୁ ୩୯.୧୨୬ ବିଲିଅନ ଡଲାର ଏବଂ ଘରୋଇ ସଂସ୍ଥାଗୁଡ଼ିକରୁ ୧୩୮.୭୦୨ ବିଲିଅନ ଡଲାର ଋଣ ଭାରତ କରିଛି।

ଆହୁରି ପଢନ୍ତୁ : Diwali Celebration: ନାଥୁଲା ଯୁଦ୍ଧ ସ୍ମାରକୀରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରତିରକ୍ଷା ମନ୍ତ୍ରୀ ଏଥିସହିତ ବହୁପାକ୍ଷିକ ସଂସ୍ଥାଗୁଡ଼ିକ ମଧ୍ୟରେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)ରୁ ଭାରତ ଆଣିଛି ସର୍ବାଧିକ ୨୫.୭୬୭ ବିଲିଅନ ଡଲାର ଏବଂ ବିଶ୍ବବ୍ୟାଙ୍କ-ଆଇବିଆର୍‌ଡିରୁ ଆଣିଛି ୨୩.୧୧୫ ବିଲିଅନ ଡଲାର।

ଏହାବ୍ୟତୀତ ଅନ୍ୟାନ୍ୟ ବହୁପାକ୍ଷିକ ସଂସ୍ଥାଗୁଡ଼ିକରୁ ଆଣିଛି ୪୮.୮୫୦ ବିଲିଅନ ଡଲାର ଋଣ।

୩୯.୧୨୬ ବିଲିଅନ ଡଲାରର ଦ୍ବିପାକ୍ଷିକ ଋଣ ମଧ୍ୟରୁ ଭାରତ ଜାପାନରୁ ସର୍ବାଧିକ ୨୭.୪୪୫ ବିଲିଅନ ଡଲାର ଋଣ ଆଣିଛି।

ଏହାବ୍ୟତୀତ ରୁଷ୍‌ରୁ ୫.୫୬୫ ବିଲିଅନ ଡଲାର ଏବଂ ଅନ୍ୟାନ୍ୟ ଦ୍ବିପାକ୍ଷିକ ସଂସ୍ଥାରୁ ୬.୧୧୫ ବିଲିଅନ ଡଲାର ଋଣ ଆଣିଥିବା ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ବବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ଭାରତର ବାହ୍ୟ ଋଣ ଓ ରପ୍ତାନି ଅନୁପାତ ୮୩ ପ୍ରତିଶତରେ ଥିବାବେଳେ ବାହ୍ୟଋଣ ଓ ମୋଟ ଜାତୀୟ ଆୟ ଅନୁପାତ ୨୦ ପ୍ରତିଶତ, ଋଣ ସୁଧ ଓ ରପ୍ତାନି ଅନୁପାତ ୧୦ ପ୍ରତିଶତ ଏବଂ ଋଣ ସୁଧ ଓ ମୋଟ ଜାତୀୟ ଆୟ ଅନୁପାତ ୨ ପ୍ରତିଶତରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)