ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧୀ ଦିବସ

Nov 25, 2026 - 13:58
ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧୀ ଦିବସ

 

ପ୍ରତିବର୍ଷ ନଭେମ୍ବର ୨୫ ତାରିଖରେ ପାଳନ ହୋଇଥାଏ ‘ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧୀ ଦିବସ’ । ତେବେ ଏହି ଦିବସର ଐତିହାସିକ ପୃଷ୍ଠଭୂମି ୧୯୬୦ ମସିହାର ଡୋମିନିକାନ୍ ରିପବ୍ଲିକ୍‌ର ତିନିଜଣ ରାଜନୈତିକ କର୍ମୀ ମିରାବାଲ୍ ଭଉଣୀଙ୍କ ବର୍ବର ହତ୍ୟାକାଣ୍ଡ ସହ ଜଡ଼ିତ ରହିଛି । ଯେଉଁମାନଙ୍କୁ ତତ୍କାଳୀନ ଏକଛତ୍ରବାଦୀ ଶାସକ ରାଫେଲ୍ ଟ୍ରୁଜିଲୋଙ୍କ ନିର୍ଦ୍ଦେଶରେ ହତ୍ୟା କରାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୧ ମସିହାରେ ଲାଟିନ୍ ଆମେରିକା ଓ କାରିବିଆନ୍ ନାରୀବାଦୀ ସମ୍ମିଳନୀରେ ମହିଳାଙ୍କ ବିରୁଦ୍ଧରେ ହିଂସା ବିରୋଧରେ ସଚେତନତା ସୃଷ୍ଟି ପାଇଁ ନଭେମ୍ବର ୨୫କୁ ସ୍ମରଣ ଦିବସ ଭାବେ ଚୟନ କରାଯାଇଥିଲା । ଦୀର୍ଘ ସଂଘର୍ଷ ପରେ ୨୦୦୦ ମସିହା ଫେବୃଆରୀ ୭ ତାରିଖରେ ଜାତିସଂଘ ସାଧାରଣ ପରିଷଦ ଏହି ତାରିଖକୁ ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ ଦିବସର ମାନ୍ୟତା ପ୍ରଦାନ କରିଥିଲା । ଘରୋଇ ହିଂସା, ଯୌନ ନିର୍ଯାତନା, କାର୍ଯ୍ୟକ୍ଷେତ୍ର ଓ ସାର୍ବଜନୀନ ସ୍ଥାନରେ ଅସଦାଚରଣ ତଥା ବର୍ତ୍ତମାନର ଡିଜିଟାଲ୍ ଯୁଗରେ ବଢ଼ୁଥିବା ଅନଲାଇନ୍ ହିଂସା ଭଳି ବିଭିନ୍ନ ରୂପରେ ମହିଳା ଓ ବାଳିକାମାନେ ଅପରାଧୀଙ୍କ ଶିକାର ହେଉଛନ୍ତି । ତେଣୁ ଏହି ଦିବସର ଗୁରୁତ୍ୱ ଅତ୍ୟନ୍ତ ବ୍ୟାପକ ଓ ପ୍ରାସଙ୍ଗିକ ହୋଇପଡ଼ିଛି । ଏହା କେବଳ ସଚେତନତା ସୃଷ୍ଟିର ଏକ ମାଧ୍ୟମ ନୁହେଁ, ବରଂ ଏହି ସମୟରେ ନଭେମ୍ବର ୨୫ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲୁଥିବା ‘ଲିଙ୍ଗଭିତ୍ତିକ ହିଂସା ବିରୋଧୀ ୧୬ ଦିନିଆ ସକ୍ରିୟତା ଅଭିଯାନ’  ମଧ୍ୟ ପାଳନ କରାଯାଇଥାଏ । ପୀଡ଼ିତାମାନଙ୍କୁ ନ୍ୟାୟ ପ୍ରଦାନ, କଠୋର ଆଇନର ପ୍ରଣୟନ ଓ କାର୍ଯ୍ୟକାରିତା, ସହାୟତା ବ୍ୟବସ୍ଥାର ସୁଦୃଢ଼ୀକରଣ ତଥା ହିଂସାକୁ ପ୍ରଶ୍ରୟ ଦେଉଥିବା ସାମାଜିକ ମାନସିକତା ଓ କୁସଂସ୍କାରକୁ ଦୂର କରିବା ପାଇଁ ସରକାର, ନାଗରିକ ସମାଜ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକଜୁଟ ହେବାକୁ ଏହି ଦିବସ ସ୍ପଷ୍ଟ ବାର୍ତ୍ତା ଦେଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)