ଦୀଘା ମନ୍ଦିରରୁ ହଟିଲା 'ଧାମ' ଶବ୍ଦ

Nov 26, 2026 - 12:56
ଦୀଘା ମନ୍ଦିରରୁ ହଟିଲା 'ଧାମ' ଶବ୍ଦ

ଦୀଘା : ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମରୁ 'ଧାମ' ଶବ୍ଦ ହଟାଇଛନ୍ତି ପଶ୍ଚିମବଙ୍ଗ ସରକାର । ଓଡ଼ିଶା ସରକାର, ପୁରୀ ଶ୍ରୀମନ୍ଦିର ସେବାୟତ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆପତ୍ତି ପରେ ଚଳିତ ବର୍ଷ ଜୁନ୍ ମାସରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ମନ୍ଦିରର ନାମ ପରିବର୍ତ୍ତନ କରାଯାଇ 'ଶ୍ରୀ ଶ୍ରୀ ଜଗନ୍ନାଥ ଦେବ ମନ୍ଦିର' ରଖାଯାଇଥିବା ବେଳେ ମନ୍ଦିର ପରିସର ର ନାଁ 'ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର' ରଖାଯାଇଛି ।

ହିନ୍ଦୁ ଶାସ୍ତ୍ର ଓ ପରମ୍ପରା ଅନୁଯାୟୀ ଭାରତର ଚାରିଧାମ ମଧ୍ୟରୁ କେବଳ ପୁରୀ ହିଁ ଏକମାତ୍ର 'ଜଗନ୍ନାଥ ଧାମ' । ଦୀଘା ମନ୍ଦିର ପାଇଁ 'ଧାମ' ଶବ୍ଦର ବ୍ୟବହାର ପୁରୀର ସ୍ୱତନ୍ତ୍ର ଧାର୍ମିକ ମର୍ଯ୍ୟାଦା ଓ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଥିବା ଦର୍ଶାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ସରକାରଙ୍କୁ ପତ୍ର ଲେଖିଥିଲେ । ପୁରୀ ସାଂସଦ ସମ୍ବିତ ପାତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପତ୍ର ହସ୍ତାନ୍ତର କରିବା ପରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସନାତନ ପରମ୍ପରାକୁ ସମ୍ମାନ ଜଣାଇ 'ଧାମ' ଶବ୍ଦ ହଟାଇବାକୁ ଘୋଷଣା କରିଥିଲେ । ତେବେ ନାମ ପରିବର୍ତ୍ତନ ସତ୍ତ୍ୱେ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ପୂର୍ବଭଳି ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)