ଡିସେମ୍ବର ୧୫ରେ ହେବ ତିଖିରି ସରପଞ୍ଚ ପଦବୀ ଶୁଣାଣି

Nov 26, 2026 - 15:45
ଡିସେମ୍ବର ୧୫ରେ ହେବ ତିଖିରି ସରପଞ୍ଚ ପଦବୀ ଶୁଣାଣି

କଟକ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ଗ୍ରାମ ପଞ୍ଚାୟତକୁ ନେଇ ଲାଗି ରହିଥିବା ଆଇନଗତ ବିବାଦରେ ନୂଆ ମୋଡ଼ ଆସିଛି । ସରପଞ୍ଚ ଚମେଲି ଓଝାଙ୍କ ପଦବୀ ସମ୍ପର୍କିତ ପୂର୍ବ ରାୟକୁ ଚ୍ୟାଲେଞ୍ଜ କରି ଦାଏର ରିଟ୍ ଅପିଲ୍‌ର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଚମେଲି ଓଝା ଓ ଅନ୍ୟ ପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଗତ ଜୁନ୍ ୨୦୨୬ରେ ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ବିବାଦ, ଆକ୍ରମଣ-ପାଲଟା ଆକ୍ରମଣ ଅଭିଯୋଗ ଓ ତାଙ୍କ ଗିରଫଦାରୀ ପରେ ଚମେଲି ଓଝାଙ୍କୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ତିଖିରି ପଞ୍ଚାୟତର ୨୨ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ତେବେ ଅକ୍ଟୋବର ୨୮ ତାରିଖରେ ହାଇକୋର୍ଟର ଏକକ ବିଚାରପତି ଖଣ୍ଡପୀଠ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଅନୁଯାୟୀ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଥିଲେ । ଆବଶ୍ୟକ ନୋଟିସ୍, ଅଧିଯାଚନା ଓ ପ୍ରସ୍ତାବ ସଠିକ୍ ଭାବେ ଦିଆଯାଇ ନଥିବା ଏବଂ ବାଧ୍ୟତାମୂଳକ ୧୫ ଦିନର ସ୍ପଷ୍ଟ ନୋଟିସ୍ ଅବଧି ପାଳନ ହୋଇ ନଥିବାରୁ କୋର୍ଟ ଏହି ରାୟ ଦେଇଥିଲେ ଓ ଚମେଲି ଓଝାଙ୍କୁ ସରପଞ୍ଚ ପଦରେ ବଜାୟ ରଖିଥିଲେ । ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ଜଣେ ୱାର୍ଡ ସଭ୍ୟ ପରବର୍ତ୍ତୀ ସମୟରେ ରିଟ୍ ଅପିଲ୍ ଦାଏର କରିଥିଲେ । ଏହାର ଶୁଣାଣି କରି ହାଇକୋର୍ଟ ଚମେଲି ଓଝା ଓ ବିପକ୍ଷମାନଙ୍କୁ ନୋଟିସ୍ ଜାରି କରିବା ସହ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଡିସେମ୍ବର ୧୫କୁ ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)