Three Temples Robbed in Odisha: ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା! ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲୁଟିନେଲେ ସୁନା, ରୁପା ଅଳଙ୍କାର
ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର।
ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲୁଟ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ।
ବାଲେଶ୍ୱର ଜିଲ୍ଲା ଖଇରା ଥାନା ଟିପିସିଗଢ଼ିଆ ଗାଁରେ ଘଟିଛି ଏଭଳି ଚୋରି ଘଟଣା ।
ଅଭିଯୋଗ ଅନୁସାରେ, ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଦୁର୍ବୃତ୍ତ ଗାଁର ବାବା ବକ୍ରେଶ୍ୱର ମନ୍ଦିର, ଦୁର୍ଗା ମନ୍ଦିର ଓ ପାର୍ବତୀ ମନ୍ଦିରରେ ପଶି ଲୁଟ୍ କରିଥିଲେ।
Advertisment କେବଳ ଲୁଟ୍ ନୁହେଁ, ଗାଁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ମଧ୍ୟ ଗୋଡ଼ାଇଥିଲେ ଦୁର୍ବୃତ୍ତ ।
ଗାଁ ଲୋକେ ଏକାଠି ହୋଇଯିବାରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପରେ ମନ୍ଦିରରେ ଭଙ୍ଗାରୁଜା ହୋଇଥିବା ସହ ଠାକୁରଙ୍କ ସୁନା, ରୁପା ଅଳଙ୍କାର, ମୁକୁଟ ଓ ଦାନବାକ୍ସରୁ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଥିଲା।
ମନ୍ଦିରରେ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ଦୁର୍ବୃତ୍ତମାନେ କିଛି କ୍ୟାମେରା ଭାଙ୍ଗି ଦେଇଥିବା ବେଳେ ଆଉ କିଛି କ୍ୟାମେରାର ଦିଗ ବଦଳାଇ ଦେଇଥିଲେ।
ଖବର ପାଇ ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
