Rourkela Drug Empire Under Police Scanner: ଷ୍ଟିଲ୍ ସିଟିରେ ଦେଢ଼ କୋଟିର ନିଶା ସାମ୍ରାଜ୍ୟ, ଟାର୍ଗେଟ୍‌ରେ ଯୁବପିଢ଼ି

Nov 24, 2026 - 21:45
Rourkela Drug Empire Under Police Scanner: ଷ୍ଟିଲ୍ ସିଟିରେ ଦେଢ଼ କୋଟିର ନିଶା ସାମ୍ରାଜ୍ୟ, ଟାର୍ଗେଟ୍‌ରେ ଯୁବପିଢ଼ି

ଷ୍ଟିଲ୍ ସିଟିରେ ଯୁବପିଢ଼ିଙ୍କୁ ଟାର୍ଗେଟ୍ କରି ଚାଲିଛି କୋଟି କୋଟି ଟଙ୍କାର ନିଶା କାରବାର।

ରାଉରକେଲାରେ ସକ୍ରିୟ ଏହି ନିଶା ରାକେଟ୍ ର ଚେର ଅନ୍ୟ ଜିଲ୍ଲା ଓ ରାଜ୍ୟକୁ ଲମ୍ବିଥିବା ସନ୍ଦେହ କରୁଛି ପୋଲିସ।

ଗତ ୪ ମାସରେ ପ୍ରାୟ ଦେଢ଼ କୋଟି ଟଙ୍କାର ନିଶା କାରବାର ହୋଇଥିବା ଆକଳନ କରାଯାଇଛି।

ଫଳ ବ୍ୟବସାୟୀ ଓ ହୋଲସେଲରଙ୍କ ଜରିଆରେ ଯୁବପିଢ଼ିଙ୍କ ପାଖରେ ପହଞ୍ଚୁଥିଲା ନିଶାଦ୍ରବ୍ୟ।

Advertisment ନିକଟରେ ବିଶ୍ରା ଛକରେ ଏକ କାର୍ କୁ ଯାଞ୍ଚ କରି ପୋଲିସ ଦୁଇଟି ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ୧୧ ଲକ୍ଷ ୬୩ ହଜାର ଟଙ୍କା ଓ କଫ୍ ସିରପ୍ କାରବାର ସମ୍ପର୍କିତ କାଗଜପତ୍ର ଜବତ କରିଥିଲା।

ତଦନ୍ତରୁ ରାଜ୍ୟ ବାହାରୁ ପରିବହନ ସଂସ୍ଥା ଜରିଆରେ ୫୦ ହଜାରରୁ ଅଧିକ ବୋତଲ କଫ୍ ସିରପ୍ ଆଣି ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ଯୋଗାଣ ହେଉଥିବା ଜଣାପଡ଼ିଛି।

ଏହି କାରବାର ପଛରେ ଥିବା ଅନ୍ତଃରାଜ୍ୟ ରାକେଟ୍, ଆର୍ଥିକ କାରବାର ଓ ବେଆଇନ୍ ବନ୍ଧୁକର ଉତ୍ସ ଖୋଜୁଛି ପୋଲିସ।

ଷ୍ଟିଲ୍ ସିଟିରେ ନିଶା ସାମ୍ରାଜ୍ୟ ଭାଙ୍ଗିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)