ରିଲ୍‌ସ ନିଶା ନେଲା ୨ ଜୀବନ

Nov 26, 2026 - 16:36
ରିଲ୍‌ସ ନିଶା ନେଲା ୨ ଜୀବନ

ଗଞ୍ଜାମ/ବରଗଡ଼ : ବାରମ୍ବାର ସଚେତନତା ସତ୍ତ୍ୱେ ଅମାନିଆ ଯୁବପିଢ଼ି । ପୁଣି ରିଲ୍‌ସ ନିଶା ନେଲା ୨ ଜୀବନ । ପାହାଡ଼ରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ପାଣିରେ ବୁଡି ଯାଇ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଙ୍କେଶ୍ବରୀ ଘାଟିରେ ପ୍ରେମୀ ଯୁଗଳ ରିଲ୍ସ କରୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ତଳକୁ ଖସିପଡ଼ିଥିଲେ ପ୍ରେମିକ । ପାହାଡ଼ରୁ ଖସି  ତୁରୁବୁଡ଼ି ବାଙ୍କେଶ୍ୱରୀ ରାସ୍ତାର ମଗରମା ନାଳରେ ଭାସି ଯାଇଥିଲେ । ମୃତ ଯୁବକଙ୍କ ନାଁ ସାଇ ଶଙ୍କର ପଣ୍ଡା । ତାଙ୍କ ଘର ବ୍ରହ୍ମପୁରରେ । ସେ ଜଣେ ଯୁବତୀଙ୍କ ସହିତ ସେଠାକୁ ବୁଲିବାକୁ ଯାଇଥିବା ବେଳେ ଅଘଟଣର ଶିକାର ହୋଇଛନ୍ତି । ଉଭୟ ବ୍ରହ୍ମପୁରର ଏକ କଲେଜ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି । ଅଘଟଣ ପରେ ସାଇଙ୍କ ବାନ୍ଧବୀ  ଅଗ୍ନିଶମ ବାହିନୀକୁ ଖବର ଦେଇ ସେଠାରୁ ଖସି ଯାଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କ ମୃତଦେହକୁ ନାଳରୁ ଉଦ୍ଧାର କରିଛନ୍ତି  । ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି  ।

 ଅନ୍ୟପଟେ, ବରଗଡ଼ରୁ ଆସିଛି ସେହିଭଳି ଆଉ ଏକ ଅଘଟଣ ଖବର । ବଣଭୋଜି କରିବାକୁ ଯାଇ ସେଲ୍ଫି ନେବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା ଦେବଦରା ଠାରେ ଏହି ଅଘଟଣ ଘଟିଛି । ମୃତ ଯୁବକ ହେଲେ ବିଜେପୁର ଥାନା ଅଞ୍ଚଳର ଦରଲୀପାଳି ଗାଁର ବାବଲୁ ସାହୁ । ସାଙ୍ଗମାନଙ୍କ ସହ ବଣଭୋଜି କରିବାକୁ ଯାଇଥିଲେ ବାବଲୁ । ସେଠାରେ ସେଲ୍ଫି ନେବା ସମୟରେ ହଠାତ୍ ପାଦ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ଘଟଣା ପରେ ସାଙ୍ଗମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଏବଂ ଦମକଳ ବାହିନୀ ବହୁ ଖୋଜାଖୋଜି କରିବା ପରେ ବାବଲୁଙ୍କୁ ପାଇ ନଥିଲେ। ଆଜି ସକାଳେ ପୁଲିସ ମୃତଦେହକୁ ଉଦ୍ଧାର କରିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)