ଓଏଭି ନାମଲେଖା ଅବଧି ବୃଦ୍ଧି

Nov 26, 2026 - 12:21
ଓଏଭି ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର : ଆଉ ୪ଦିନ ବୃଦ୍ଧି ପାଇଲା ଓଏଭି ନାମଲେଖା ଅବଧି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ନାମଲେଖା ପାଇଁ ଅନ୍‌ଲାଇନ୍ ଆବେଦନ ଅବଧିକୁ ନଭେମ୍ବର ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଭିଭାବକମାନଙ୍କ ଅନୁରୋଧ କ୍ରମେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଅବଧିକୁ ୪ ଦିନ ବଢ଼ାଇ ଦିଆଯାଇଛି ।

ସୂଚନାନୁସାରେ, ୨୦୨୭-୨୮ ଶିକ୍ଷାବର୍ଷ ପାଇଁ ଷଷ୍ଠ ଶ୍ରେଣୀ ଏବଂ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପାର୍ଶ୍ୱ ପ୍ରବେଶ ନିମନ୍ତେ ଏହି ଆବେଦନ ଚାଲିଛି ।

ଏହି ଅବଧି ବୃଦ୍ଧି ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (OMAV) ଏବଂ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ICONIC OAV) ପାଇଁ ଲାଗୁ ହେବ । ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୫, ୨୦୨୬ ଧାର୍ଯ୍ୟ କରାଯାଇଥିଲା । ଯୋଗ୍ୟ ଛାତ୍ରଛାତ୍ରୀମାନେ OAVS ଅଫିସିଆଲ୍ ୱେବସାଇଟ୍ କିମ୍ବା BSE Odisha ୱେବସାଇଟ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)