ପାରିବାରିକ ଚାପରୁ ଆତ୍ମହତ୍ୟା କରିଛନ୍ତି ଏସଆଇ ପ୍ରଭାସିନୀ
ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ମହିଳା ସବ୍-ଇନ୍ସପେକ୍ଟର (SI) ପ୍ରଭାସିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ! ଶାଶୁଘର ବିରୋଧରେ ନିର୍ଯାତନା ଏବଂ ହତ୍ୟା ଅଭିଯୋଗ ଆଣିଲେ ପ୍ରଭାସିନୀଙ୍କ ପରିବାର । ଚାକିରୀ ନଛାଡିବା ପାଇଁ ପ୍ରଭାସିନୀଙ୍କ ସ୍ୱାମୀଙ୍କ ସମେତ ପୁରା ପରିବାର ଚାପ ପକାଉଥିଲେ । ଅନ୍ୟପଟେ ପ୍ରଭାସିନୀଙ୍କ ଶ୍ୱଶୁର ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଏବେ ଦୁଇ ପକ୍ଷର ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ପ୍ରଭାସିନୀଙ୍କ ବାପା ଭୀମସେନ ସାହୁଙ୍କ ଅଭିଯୋଗ ଅନୁସାରେ, ଝିଅର ମୃତ୍ୟୁ ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଦାୟୀ । ଏନେଇ ସେ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି । ମାନସିକ ନିର୍ଯାତନା ସହି ନପାରି ପ୍ରଭାସିନୀ ଏଭଳି ପଦକ୍ଷେପ ନେଇଥିବା ଏତଲାରେ ଦର୍ଶାଯାଇଛି । ଏକ ଲିଖିତ ଅଭିଯୋଗରେ ଭୀମସେନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିଲେ କିନ୍ତୁ ଚାକିରି ନ ଛାଡିବା ପାଇଁ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁଙ୍କ ଚାପ ପକାଉଥିଲେ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକଙ୍କ ଚାପ ତାଙ୍କୁ କଷ୍ଟ ଦେଉଥିଲା । ଅଭିଯୋଗର ଉପଯୁକ୍ତ ତଦନ୍ତ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏକ ଲିଖିତ ଅଭିଯୋଗରେ ଭୀମସେନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିଲେ କିନ୍ତୁ ଚାକିରି ନ ଛାଡିବା ପାଇଁ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁଙ୍କ ଚାପ ପକାଉଥିଲେ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକଙ୍କ ଚାପ ତାଙ୍କୁ କଷ୍ଟ ଦେଉଥିଲା । ଅଭିଯୋଗର ଉପଯୁକ୍ତ ତଦନ୍ତ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଉଲ୍ଲେଖଯୋଗ୍ୟ , ନଭେମ୍ବର ୨୧ରେ ପ୍ରଭାସିନୀଙ୍କୁ ତାଙ୍କ ସରକାରୀ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ୍ୟୁ ସମୟରେ ସେ ଦୁଇ ମାସର ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି । ସେ ପୁରୁଷୋତ୍ତମପୁର ପୋଲିସ ଷ୍ଟେସନ ପରିସରରେ ଥିବା କ୍ୱାର୍ଟର୍ସରେ ଏକା ରହୁଥିଲେ । ରେଳବାଇରେ କାମ କରୁଥିବା ତାଙ୍କ ସ୍ୱାମୀଙ୍କ ରାଉରକେଲାରେ ରୁହନ୍ତି । ତାଙ୍କ ମୃତ୍ୟୁର ପ୍ରକୃତ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
