ହ୍ୱାଟସଆପ୍ରେ ଆସିଲା ‘ମେସେଜ୍ ସିଡ୍ୟୁଲିଂ’ ଫିଚର: ଏଣିକି ଆଗୁଆ ସେଟ୍ କରିପାରିବେ ସମୟ ଓ ତାରିଖ
ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବହୁ ପ୍ରତୀକ୍ଷିତ ‘ମେସେଜ୍ ସିଡ୍ୟୁଲିଂ’ ଫିଚର ଏବେ ଲଞ୍ଚ ହୋଇଛି, ଯାହା ଦ୍ୱାରା ୟୁଜରମାନେ ସେମାନଙ୍କର ବାର୍ତ୍ତା ପଠାଇବା ପାଇଁ ପୂର୍ବରୁ ସମୟ ଓ ତାରିଖ ନିର୍ଦ୍ଧାରଣ କରିପାରିବେ।
ଏହି ନୂତନ ଫିଚର ସାହାଯ୍ୟରେ ବ୍ୟବହାରକାରୀମାନେ ୧୦ ମିନିଟ୍ରୁ ଆରମ୍ଭ କରି ୧୪ ଦିନ ପର୍ଯ୍ୟନ୍ତ ଯେକୌଣସି ମେସେଜ୍ ସୂଚୀବଦ୍ଧ ବା ସିଡ୍ୟୁଲ୍ କରିପାରିବେ। ଏହା ଉଭୟ ବ୍ୟକ୍ତିଗତ ଏବଂ ଗ୍ରୁପ୍ ଚାଟ୍ ପାଇଁ ଉପଲବ୍ଧ ହେବ। କେବଳ ଟେକ୍ସଟ୍ ନୁହେଁ, ବରଂ ଫଟୋ ଏବଂ ଭିଡିଓ ପଠାଇବା ପାଇଁ ମଧ୍ୟ ଏହି ସୁବିଧା କାମ କରିବ। ଏହା ଦ୍ୱାରା ବ୍ୟବହାରକାରୀମାନେ ଜନ୍ମଦିନ, ବାର୍ଷିକୀ କିମ୍ବା ଅଫିସ ମିଟିଂ ପାଇଁ ଆଗୁଆ ମେସେଜ୍ ସେଟ୍ କରିପାରିବେ।
ସବୁଠାରୁ ବଡ଼ ସୁବିଧା ହେଉଛି, ଯଦି ଆପଣଙ୍କର ଫୋନ୍ ବନ୍ଦ ଥାଏ କିମ୍ବା ବ୍ୟାଟେରୀ ସରିଯାଇଥାଏ, ତଥାପି ନିର୍ଦ୍ଧାରିତ ସମୟରେ ମେସେଜ୍ ସ୍ୱୟଂଚାଳିତ ଭାବରେ ପଠାଯିବ। ବାର୍ତ୍ତା ପଠାଇବା ପୂର୍ବରୁ ଆପଣ ଏହାକୁ ଡିଲିଟ୍ ମଧ୍ୟ କରିପାରିବେ। ଏହି ସମସ୍ତ ପ୍ରକ୍ରିୟା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ଦ୍ୱାରା ସୁରକ୍ଷିତ ରହିବ, ଯାହା ଦ୍ୱାରା ପ୍ରେରକ ଏବଂ ଗ୍ରହଣକାରୀଙ୍କ ବ୍ୟତୀତ ଅନ୍ୟ କେହି ଏହାକୁ ପଢ଼ିପାରିବେ ନାହିଁ।
ଭାରତ ସମେତ ସାରା ବିଶ୍ୱରେ ଏହି ଫିଚର ରୋଲ୍ ଆଉଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ବ୍ୟବହାରକାରୀ ଏହାକୁ ତୁରନ୍ତ ବ୍ୟବହାର କରିପାରୁଥିବା ବେଳେ ଅନ୍ୟମାନଙ୍କ ପାଖରେ ଏହା ପହଞ୍ଚିବାକୁ କିଛି ସପ୍ତାହ ସମୟ ଲାଗିପାରେ। କମ୍ପାନୀ ଏପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହିଁ, ତେଣୁ ନିଜର ହ୍ୱାଟସଆପ୍ ଆପ୍କୁ ଅପଡେଟ୍ ରଖିବାକୁ ପରାମର୍ଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
