କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ରାଲି

Nov 26, 2026 - 13:29
କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ରାଲି

ଭୁବନେଶ୍ୱର : ଆଜି ୨୬ ନଭେମ୍ବର । ଏହାକୁ ସମ୍ବିଧାନ ଦିବସ ଭାବରେ ଜଣାଯାଏ  । ଏହି ଅବସରରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିଶାଳ ରାଲି କରାଯାଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଶାଳ ‘ସମ୍ବିଧାନ ବଞ୍ଚାଅ’ (ସମ୍ବିଧାନ ରକ୍ଷା) ରାଲି ଆୟୋଜନ କରାଯାଇଛି ।

ପିସିସି ସଭପରି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏବଂ ଓଡିଶା ସହ - ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଠାରେ ଏହି ମହାସମାବେଶ ଅନୁଷ୍ଠିତ ହେଉଛି । ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରର କଂଗ୍ରେସ ନେତା ଏବଂ କର୍ମୀମାନେ ରାଲିରେ ଯୋଗ ଦେଇଛନ୍ତି ।

ମହାତ୍ମା ଗାନ୍ଧୀ ଏବଂ ଡଃ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ କଂଗ୍ରେସ କର୍ମୀମାନେ ସମ୍ବିଧାନର ମୁଖବନ୍ଧ ପାଠ କରିବା ସହ ପଦଯାତ୍ରା ଓ ବାଇକ୍ ରାଲିରେ ବାହାରି ଲୋୟର ପିଏମ୍‌ଜିରେ ଏକତ୍ରିତ ହୋଇଛନ୍ତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏହାକୁ ଦଳର ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଉଛି ।  ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ର ନିର୍ଦ୍ଦେଶକ୍ରମେ ଦେଶର ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ଏହି ମାର୍ଚ୍ଚ କରାଯାଉଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଲକ୍ଷ୍ନୌଠାରେ ଆୟୋଜିତ ରାଲିରେ ଯୋଗ ଦେଇଛନ୍ତି ।

କଂଗ୍ରେସ ର ମୁଖ୍ୟ ଦାବି ଗୁଡିକ ମଧ୍ୟରେ ରହିଛି - ଇଭିଏମ୍ (EVM) ବଦଳରେ ବାଲାଟ୍ ପେପରରେ ନିର୍ବାଚନ କରାଇବା।
ଏସଆଇଆର ପ୍ରକ୍ରିୟାକୁ ବାତିଲ କରିବା ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା , ଏବଂଏମ୍.ଏମ୍.ଡି.ଆର୍ (MMDR) ଖଣି ଆଇନ ସଂଶୋଧନ ପ୍ରତ୍ୟାହାର ସହ ବନ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସହାୟତା ଏବଂ କୋଟିଆ ପ୍ରସଙ୍ଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଆଦି ରହିଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)