ଧସିଲା ୪୦୦ ଫୁଟର ନଦୀବନ୍ଧ: ଆତଙ୍କରେ ୨୪ ଗାଁ

Nov 07, 2026 - 02:12
ଧସିଲା ୪୦୦ ଫୁଟର ନଦୀବନ୍ଧ: ଆତଙ୍କରେ ୨୪ ଗାଁ

ଆରଡ଼ି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟରେ ପୁଣି ୪୦୦ ଫୁଟ ଲମ୍ବର ନଦୀବନ୍ଧ ବୈତରଣୀ ଗର୍ଭକୁ ଧସିଯାଇଛି।

ଫଳରେ ସୁନ୍ଦରପୁର ସମେତ ଆଖପାଖ ୨୪ଟି ଗାଁର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ନଦୀବନ୍ଧର ସୁରକ୍ଷା ପାଇଁ ଧାମନଗର ଜଳସମ୍ପଦ ବିଭାଗ ପକ୍ଷରୁ ଜରିପାଲ ଘୋଡ଼ାଯିବା ସହ ବାଲିବସ୍ତା ପକାଯାଇଥିଲା।

ଏହି ଅସ୍ଥାୟୀ ପ୍ରତିକାର ସତ୍ତ୍ୱେ ଶୁକ୍ରବାର ସକାଳେ ବନ୍ଧରେ ପୁନର୍ବାର ଫାଟ ସୃଷ୍ଟି ହୋଇଥିଲା।

ଦେଖୁ ଦେଖୁ ପ୍ରାୟ ୪୦୦ ଫୁଟ ଲମ୍ବର ପଥରପ୍ୟାକିଂ ବନ୍ଧ ୮ ଫୁଟ ନଦୀତଳକୁ ଖସିଯାଇଥିଲା।

Advertisment Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ ଧାମନଗର ଏସ୍‌ଡିଓ ଶମ୍ଭୁନାଥ ମଲ୍ଲିକ ଓ କନିଷ୍ଠ ଯନ୍ତ୍ରୀ ବିମଳ ବେହେରା ଘଟଣାସ୍ଥଳରେ ପହଞ୍ଚି ବନ୍ଧ ସ୍ଥିତି ଯାଞ୍ଚ କରିଛନ୍ତି।

ତେବେ ବାରମ୍ବାର ନଦୀବନ୍ଧ ଧସୁଥିବାରୁ ଆରଡ଼ି, ଓଳଗ, ସୁନ୍ଦରପୁର ଓ ନାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ୨୪ଟି ଗାଁର ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି।

ବନ୍ଧଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଗତ ଦୁଇ ବର୍ଷ ମଧ୍ୟରେ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ଏଭଳି ସ୍ଥିତିକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବନ୍ଧର ସ୍ଥାୟୀ ମରାମତି କରା ନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଳ ପ୍ରସାଦ ବେହେରା କହିଛନ୍ତି, ଦୁର୍ବଳ ନଦୀବନ୍ଧ ଉପରେ ବିଭାଗ ନଜର ରଖିଛି।

ଖୁବ୍‌ଶୀଘ୍ର ଉପରିସ୍ଥ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ।

Bomb threat: ଇ-ମେଲ୍‌ ପରେ ମୁମ୍ବାଇରେ ହାଇଆଲର୍ଟ, ଯାଞ୍ଚରୁ ମିଳିଲାନି ସନ୍ଦେହଜନକ ସାମଗ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)