CBSE examinations: ଫେବ୍ରୁଆରି ୧୬ରୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା
ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସିବିଏସ୍ଇ ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୭ ଫେବ୍ରୁଆରି ୧୬ରୁ ଆରମ୍ଭ ହେବ।
ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ଣ ୧୦ଟା ୩୦ରୁ ଆରମ୍ଭ ହେବ।
ଦ୍ବାଦଶ ଶ୍ରେଣୀରେ ୧୯.୮ ଲକ୍ଷ ଓ ଦଶମରେ ୨୬.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି।
ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୯ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ଯାଏଁ ଚାଲିବ।
ଦଶମ ଶ୍ରେଣୀର ପ୍ରଥମ ଦିନ ପେଣ୍ଟିଂ ବିଷୟରେ ପରୀକ୍ଷା ଥିବା ବେଳେ ଫେବ୍ରୁଆରି ୧୭ରେ ଗଣିତ, ୧୯ରେ ଗୃହବିଜ୍ଞାନ (ହୋମ ସାଇନ୍ସ), ୨୨ରେ ବିଜ୍ଞାନ, ୨୪ରେ ଆଇଟି/ଏଆଇ/କମ୍ପ୍ୟୁଟର ଆପ୍ଲିକେସନ୍, ୨୬ରେ ଇଂରାଜୀ, ୨୭ରେ ବିଭିନ୍ନ ଭାଷା, ମାର୍ଚ୍ଚ ୮ରେ ସୋସିଆଲ୍ ସାଇନ୍ସ ପରି ପ୍ରମୁଖ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ।
Advertisment Bomb threat: ଇ-ମେଲ୍ ପରେ ମୁମ୍ବାଇରେ ହାଇଆଲର୍ଟ, ଯାଞ୍ଚରୁ ମିଳିଲାନି ସନ୍ଦେହଜନକ ସାମଗ୍ରୀ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍ ଫେବ୍ରୁଆରି ୧୬ରେ ପଦାର୍ଥ ବିଜ୍ଞାନ ବିଷୟର ପରୀକ୍ଷା ରହିଛି।
ସେହିପରି ଫେବ୍ରୁଆରି ୧୮ରେ ଫିଜିକାଲ୍ ଏଜୁକେସନ୍, ୧୯ରେ ବାୟୋଟେକ୍ନୋଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍, ସଟ୍ହାଣ୍ଡ (ହିନ୍ଦୀ/ଇଂରାଜୀ), ୨୩ରେ ଆକାଉଣ୍ଟାନ୍ସି, ୨୫ରେ ଭୂଗୋଳ, ୨୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୨ରେ ମନୋବିଜ୍ଞାନ, ମାର୍ଚ୍ଚ ୩ରେ ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା , ୫ରେ ଇଂରାଜୀ, ୯ରେ ଗଣିତ, ୧୧ରେ ହୋମ୍ ସାଇନ୍ସ, ୧୩ରେ ହିନ୍ଦୀ, ୧୬ରେ ଅର୍ଥନୀତି, ୧୮ରେ ମାର୍କେଟିଂ, ୧୯ରେ ରାଜନୀତି ବିଜ୍ଞାନ, ୨୦ରେ ଏଆଇ, ୨୫ରେ ବାୟୋଲୋଜି, ୨୭ରେ ଇତିହାସ, ୩୦ରେ ସାମାଜିକ ବିଜ୍ଞାନ, ୩୧ରେ ଆଇଟି/କମ୍ପ୍ୟୁଟର ସାଇନ୍ସ/ଇନ୍ଫର୍ମମେଟିକ୍ସ ପ୍ରାକ୍ଟିସେସ୍, ଏପ୍ରିଲ ୮ରେ ଲିଗାଲ୍ ଷ୍ଟଡିଜ୍ ଓ ୯ରେ ରିଟେଲ୍/ୱେବ୍ ଆପ୍ଲିକେସନ ପରି ପ୍ରମୁଖ ବିଷୟରେ ପରୀକ୍ଷା ହେବ।
ସବୁଜ ଦୀପାବଳି ପାଇଁ ଦିଅନ୍ତୁ ପରିବେଶ ଅନୁକୂଳ ଉପହାର...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
