Balia Sarpanch Arrested ପଞ୍ଚାୟତ ଟଙ୍କା ହଡ଼ପ ମାମଲା: ପୁରୁଷ ବନ୍ଧୁଙ୍କ ସହ ଜେଲ ଗଲେ ବାଲିଆ ସରପଞ୍ଚ

Nov 06, 2026 - 22:31
Balia Sarpanch Arrested ପଞ୍ଚାୟତ ଟଙ୍କା ହଡ଼ପ ମାମଲା: ପୁରୁଷ ବନ୍ଧୁଙ୍କ ସହ ଜେଲ ଗଲେ ବାଲିଆ ସରପଞ୍ଚ

ପୂର୍ବରୁ ଗିରଫ ହୋଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ କୁଜଙ୍ଗ (ଦୁଷ୍ମନ୍ତ ମାଝି): ସରକାରୀ ଟଙ୍କା ହଡ଼ପ ମାମଲାରେ ଆଜି (ଗୁରୁବାର) ସନ୍ଧ୍ଯାରେ କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ମହିଳା ସରପଞ୍ଚ ସରୋଜିନୀ ନାୟକ ଓ ତାଙ୍କର ପୁରୁଷ ବନ୍ଧୁ କୋଠୀ ଅଂଚଳର ରଂଜନ କୁମାର ଓଝାଙ୍କୁ ପୁଲିସ ଗିରଫ କରିଛି।

କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ଏହି ମାମଲରେ ପୂର୍ବରୁ ପଂଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ଗିରଫ ହୋଇ ଜେଲରେ ଅଛନ୍ତି।

Advertisment FIR against corrupt Sarapanch ୪୭ଲକ୍ଷ ଟଙ୍କା ହଡ଼ପ, ବାଲିଆ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ନାମରେ ଏତଲା ଅଭିଯୋଗ ଅନୁସାରେ, ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମିଳିତ ଭାବେ ଚଞ୍ଚକତା କରି ପଞ୍ଚାୟତ ଉନ୍ନୟନ ନିମନ୍ତେ ଆସିଥିବା ୪୬ ଲକ୍ଷ ୮୬ ହଜାର ୨୦୨ ଟଙ୍କା ହଡ଼ପ କରିଥିଲେ ।

ଉକ୍ତ ଘଟଣା ଜଣାପଡିବା ପରେ ବିଭାଗୀୟ ତଦନ୍ତ ହୋଇଥିଲା।

ତଦନ୍ତ ରିପୋର୍ଟ ଭିତ୍ତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ବିଡିଓ ଦୀପକ ପ୍ରସାଦ ସ୍ୱାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୮ ରେ ଉଭୟ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ କୁଜଙ୍ଗ ଥାନାରେ ଏତଲ‌ା ଦେଇଥିଲେ ।

ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ ମାର୍ଚ୍ଚ ୧୦ ତାରିଖରେ କେସ ନମ୍ବର ୧୦୧/୨୬ ରେ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିଲା ।

ସେହିଦିନ ଠାରୁ ସରପଞ୍ଚ ନାୟକ କୁଜଙ୍ଗ ଛାଡ଼ି ଗୁପ୍ତ ଭାବେ ଅନ୍ୟତ୍ର ରହୁଥିଲେ ।

Old-Age Pension Misappropriation ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର: ଚହକା ପିଇଓ ଗିରୀଶ ଚନ୍ଦ୍ର ସାବରଙ୍କୁ ୪ ବର୍ଷ କାରଦଣ୍ଡ ଚଳିତ ବର୍ଷ ଅକ୍ଟୋବର ୨୭ରେ କୁଜଙ୍ଗ ପୁଲିସ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଫେରାର ଥିବା ସରପଞ୍ଚ ନାୟକଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା ।

ଆଜି କୁଜଙ୍ଗ ପୁଲିସ ଭୁବନେଶ୍ୱରରୁ ସରପଞ୍ଚ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ।

ସନ୍ଧ୍ୟାରେ କୁଜଙ୍ଗ ପୁଲିସ ଉଭୟ ସରପଞ୍ଚ ଓ ପୁରୁଷ ବନ୍ଧୁଙ୍କୁ କୁଜଙ୍ଗର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଇଥିଲେ ।

ମାନ୍ୟବର ଅଦାଲତ ଜାମିନ ନାମଞ୍ଜୁର କରିବାରୁ ଉଭୟଙ୍କୁ କୁଜଙ୍ଗ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)