07 NOVEMBER 2026

Welcome!

Unlock your personalized experience.
Sign Up

Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ

Nov 07, 2026 - 00:21
Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ହୋଇପଡ଼ିଛି। ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ଓ ଅଞ୍ଚଳ ତାଲିକାରେ ଏଥର ସମସ୍ତ ସ୍ଥାନ ଭାରତର ରହିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଦିଲ୍ଲୀର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଥିଲେ ମଧ୍ୟ ଏହା ବିଶ୍ୱର ଶୀର୍ଷ ୧୦ଟି ପ୍ରଦୂଷିତ ସହର ମଧ୍ୟରେ ସ୍ଥାନ ପାଇନାହିଁ। ନଭେମ୍ବର ୬ ତାରିଖ ସକାଳର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଆଧାରରେ ପ୍ରସ୍ତୁତ ତାଲିକାରେ ଦିଲ୍ଲୀ ୧୬ଶ ସ୍ଥାନରେ ରହିଛି।

ଏକ୍ୟୁଆଇ ତାଲିକାରେ ଉତ୍ତରପ୍ରଦେଶର ମିରଟ ସର୍ବାଧିକ ପ୍ରଦୂଷିତ ସହର ଭାବେ ପ୍ରଥମ ସ୍ଥାନରେ ରହିଛି। ଏଠାରେ ଏକ୍ୟୁଆଇ ୭୨୭ ରେକର୍ଡ କରାଯାଇଛି। ଏହା ପଛକୁ ଉତ୍ତରପ୍ରଦେଶର ହାପୁର ୭୧୮ ସୂଚକାଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି। ହରିୟାଣାର ହିସାର ୬୩୧ ସହ ତୃତୀୟ ଏବଂ ପଞ୍ଜାବର ବଠିଣ୍ଡା ୬୨୭ ସହ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଶୁକ୍ରବାର ସକାଳ ୯ଟା ୫୬ ମିନିଟ୍‌ରେ ଦିଲ୍ଲୀର ଏକ୍ୟୁଆଇ ୫୨୪ ରେକର୍ଡ ହୋଇଥିଲା। ଏହା ସତ୍ତ୍ୱେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ୨୦ଟି ସ୍ଥାନ ମଧ୍ୟରେ ଦିଲ୍ଲୀ ୧୬ଶ ସ୍ଥାନରେ ରହିଛି। ଏହି ତାଲିକାର ସମସ୍ତ ୨୦ଟି ସ୍ଥାନ ଉତ୍ତର ଭାରତର ତିନିଟି ରାଜ୍ୟ ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବରେ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ବାୟୁ ପ୍ରଦୂଷଣ କେବଳ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳର ସମସ୍ୟା ହୋଇ ରହିନାହିଁ। ସମଗ୍ର ଉତ୍ତର ଭାରତରେ ଏହାର ପ୍ରଭାବ ବ୍ୟାପକ ହୋଇଛି।

ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ମାନ ଅତି ଖରାପ ହେବା ଚିନ୍ତା ବଢ଼ାଇଛି। ଚଳିତ ବର୍ଷ ନଭେମ୍ବର ୩ରେ ଦିଲ୍ଲୀର ଦୈନିକ ହାରାହାରି ଏକ୍ୟୁଆଇ ୪୧୦ ଥିବା ବେଳେ ନଭେମ୍ବର ୪ରେ ଏହା ୪୯୪ରେ ପହଞ୍ଚିଥିଲା। ଗତବର୍ଷ ଦୀପାବଳି ଦିନ ଅକ୍ଟୋବର ୨୦ରେ ଏହା ୩୭୬ ଏବଂ ପରଦିନ ୩୯୩ ରହିଥିଲା। ଚଳିତ ବର୍ଷ ଦୀପାବଳି ନଭେମ୍ବର ୮ରେ ପାଳନ ହେବାକୁ ଥିବାରୁ ପ୍ରଦୂଷଣ ଆହୁରି ବଢ଼ିବା ଆଶଙ୍କା ରହିଛି।

Delhi AQI: ବାୟୁ ପ୍ରଦୂଷଣ: ସଙ୍ଗୀନ ଶ୍ରେଣୀରେ ରାଜଧାନୀ

ଯାନବାହନରୁ ନିର୍ଗତ ଧୂଆଁ, କଳକାରଖାନାର ପ୍ରଦୂଷଣ, ନିର୍ମାଣ କାର୍ଯ୍ୟରୁ ସୃଷ୍ଟ ଧୂଳି ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ାପୋଡ଼ି ଏହି ସ୍ଥିତିର ପ୍ରମୁଖ କାରଣ। ପଞ୍ଜାବ ଓ ହରିୟାଣାରେ ନଡ଼ାପୋଡ଼ି ଘଟଣା ବଢ଼ିଥିବା ବେଳେ ପାକିସ୍ତାନରେ ଜଳୁଥିବା ଚାଷଜମିର ଧୂଆଁ ମଧ୍ୟ ଭାରତୀୟ ଅଞ୍ଚଳକୁ ଆସୁଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ଏହା ସହିତ ଭୂପୃଷ୍ଠ ନିକଟରେ ପବନର ବେଗ କମ୍‌ ରହିବା ସହ ଉପରେ ଉଷ୍ମ ବାୟୁର ଆସ୍ତରଣ ସୃଷ୍ଟି ହେବା ଯୋଗୁଁ ପ୍ରଦୂଷିତ ବାୟୁ ଉପରକୁ ଉଠିପାରୁନାହିଁ। ଫଳରେ ଧୂଳି ଓ ଧୂଆଁ ଭୂପୃଷ୍ଠ ନିକଟରେ ଜମା ହୋଇ ରହୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)