Diwali: ଦୀପାବଳି ପୂର୍ବରୁ ସାଂଘାତିକ ପ୍ରଦୂଷଣ: ଦିଲ୍ଲୀ-ଏନ୍‌ସିଆର୍‌ରେ ‘ଗ୍ରାପ୍-୩’ ଲାଗୁ

Nov 07, 2026 - 02:12
Diwali: ଦୀପାବଳି ପୂର୍ବରୁ ସାଂଘାତିକ ପ୍ରଦୂଷଣ: ଦିଲ୍ଲୀ-ଏନ୍‌ସିଆର୍‌ରେ ‘ଗ୍ରାପ୍-୩’ ଲାଗୁ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ସଂକଟଜନକ ରୂପ ଧାରଣ କରିଛି।

ବାୟୁର ଗୁଣବତ୍ତା ଉଦ୍‌ବେଗଜନକ ଭାବେ ହ୍ରାସ ପାଇବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏଠାରେ ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍)ର ତୃତୀୟ ପର୍ଯ୍ୟାୟ ବା 'ଗ୍ରାପ୍-୩' କଟକଣା ଲାଗୁ କରାଯାଇଛି।

'କମିସନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ' (ସିଏକ୍ୟୁଏମ)ର ସବ୍-କମିଟି ପକ୍ଷରୁ ଶୁକ୍ରବାର ଦିନ ଏହି ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪୦୦ ଅତିକ୍ରମ କରିବା ପରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଏହି ଜରୁରିକାଳୀନ ନିୟମାବଳୀ ଜାରି କରାଯାଇଛି।

ନଭେମ୍ବର ୬ ତାରିଖରେ କମିସନଙ୍କ 'ଏକ୍ସ' ଆକାଉଣ୍ଟ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା 'ଗ୍ରାପ୍-୩'ର ୯ ଦଫା ସମ୍ବଳିତ ଆକ୍ସନ ପ୍ଲାନ ଅଧୀନରେ ବର୍ତ୍ତମାନ ସାରା ରାଜଧାନୀ ଅଞ୍ଚଳରେ ଧୂଳି ସୃଷ୍ଟି କରୁଥିବା ବିଭିନ୍ନ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ନିଷେଧାଦେଶ ଜାରି କରାଯାଇଛି।

ମାଟି ଖୋଳିବା, ପାଇଲିଂ, ଇଟା କାମ, ସଡ଼କ ନିର୍ମାଣ, ବଡ଼ଧରଣର ୱେଲ୍‌ଡିଂ ଏବଂ ନୂତନ ରାସ୍ତାରେ ନିର୍ମାଣ ସାମଗ୍ରୀ ପରିବହନ ଉପରେ କଟକଣା ଲଗାଯାଇଛି।

ରେଳବାଇ, ମେଟ୍ରୋ, ବିମାନବନ୍ଦର, ହସ୍ପିଟାଲ ଏବଂ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ଜରୁରୀ ଭିତ୍ତିଭୂମି ପ୍ରକଳ୍ପକୁ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ସହ ଅନୁମତି ଦିଆଯାଇଛି।

ନିର୍ମାଣ କାର୍ଯ୍ୟ ଉପରେ କଟକଣା ହାଇବ୍ରିଡ୍ ମୋଡ୍‌ରେ ଚାଲିବ ସ୍କୁଲ ଦିଲ୍ଲୀ ସମେତ ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗର ଜିଲ୍ଲାରେ ବିଏସ୍-୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଶିକ୍ଷାନୁଷ୍ଠାନ ଏବଂ କାର୍ଯ୍ୟାଳୟ ପରିଚାଳନାରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି।

ଦିଲ୍ଲୀ ଏବଂ ଏନ୍‌ସିଆର ଅନ୍ତର୍ଭୁକ୍ତ ରାଜ୍ୟ ସରକାରଗୁଡ଼ିକ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ହାଇବ୍ରିଡ୍ ମୋଡ୍ ଅର୍ଥାତ୍ ଅନଲାଇନ୍ ଏବଂ ଅଫ୍‌ଲାଇନ୍ ମିଳିତ ମାଧ୍ୟମରେ ପାଠପଢ଼ା ନିର୍ଦ୍ଦେଶ ଦେଇଛନ୍ତି।

Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ ସରକାରୀ, ପୌରପାଳିକା ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଏବଂ ବାକି କର୍ମଚାରୀମାନେ ଘରୁ କାମ (ୱର୍କ ଫ୍ରମ୍ ହୋମ୍) କରିପାରିବେ।

କେନ୍ଦ୍ର ସରକାର ମଧ୍ୟ ନିଜ କାର୍ଯ୍ୟାଳୟ ପାଇଁ ଏହି ନିୟମ ଉପରେ ବିଚାର କରୁଛନ୍ତି।

ଅନ୍ୟପକ୍ଷରେ ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ସୁରକ୍ଷା ପାଇଁ ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ନିଜର ପ୍ରସ୍ତୁତି ଜୋରଦାର କରିଛି।

ବେଆଇନ ବାଣ ବିକ୍ରି ଏବଂ ମହଜୁଦ ରଖିବା ଅଭିଯୋଗରେ ୪୧ଟି ମାମଲାରେ ଏଫ୍ଆଇଆର୍ ରୁଜୁ କରାଯିବା ସହ ବିପୁଳ ପରିମାଣର ବାଣ ଜବତ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)