Accident: ମୁଣ୍ଡନ ସଂସ୍କାରରୁ ଫେରୁଥିବା ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଲା ଟ୍ରକ୍‌, ୫ ମହିଳାଙ୍କ ମୃତ୍ୟୁ, ୧୭ ଆହତ

Nov 06, 2026 - 22:31
Accident: ମୁଣ୍ଡନ ସଂସ୍କାରରୁ ଫେରୁଥିବା ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଲା ଟ୍ରକ୍‌, ୫ ମହିଳାଙ୍କ ମୃତ୍ୟୁ, ୧୭ ଆହତ

ସୀତାପୁର: ଉତ୍ତରପ୍ରଦେଶ ର ସୀତାପୁର ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୫ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି।

ଏଥିରେ ୧୭ ଜଣ ଆହତ ହୋଇଛନ୍ତି।

ମୁଣ୍ଡନ ସଂସ୍କାର କାର୍ଯ୍ୟକ୍ରମରୁ ଫେରୁଥିବା ଏକ ଟ୍ରାକ୍ଟର-ଟ୍ରଲିକୁ ପଛପଟୁ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।

Advertisment ପୁଲିସ ସୂଚନା ଅନୁସାରେ, ପିସାୱାଁ ଥାନା ଅନ୍ତର୍ଗତ ହିମ୍ମତନଗର ଗାଁ ନିକଟ ବରଗାୱାଁ-କୁଲହା ଘାଟ ରାସ୍ତାରେ ଅପରାହ୍ଣ ପ୍ରାୟ ୫ଟାରେ ଏହି ଦୁର୍ଘଟଣା ଘଟିଥିଲା।

ଟ୍ରକ୍‌ ଧକ୍କା ଦେବାରୁ ଟ୍ରାକ୍ଟର-ଟ୍ରଲିଟି ଓଲଟି ପଡ଼ିଥିଲା।

ଫଳରେ ସେଥିରେ ଥିବା ଯାତ୍ରୀମାନେ ତଳେ ଚାପି ହୋଇଯାଇଥିଲେ।

ସମସ୍ତ ଯାତ୍ରୀ ସୀତାପୁର ଜିଲ୍ଲାର ବରଗାୱାଁ ଗାଁର ବାସିନ୍ଦା।

ସେମାନେ ପଡ଼ୋଶୀ ହରଦୋଇ ଜିଲ୍ଲାର ଏକ ଧାର୍ମିକ ସ୍ଥଳକୁ ମୁଣ୍ଡନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ।

ଆହୁରି ପଢନ୍ତୁ: Bengaluru: ବେଙ୍ଗାଲୁରୁରେ ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ କାର୍ଯ୍ୟକ୍ରମ ଶେଷ ହେବା ପରେ ଟ୍ରାକ୍ଟର-ଟ୍ରଲିରେ ଗାଁକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଟ୍ରଲି ତଳେ ଚାପି ହୋଇଥିବା ଲୋକଙ୍କୁ ବାହାର କରାଯାଇ ଆମ୍ବୁଲାନ୍ସରେ ପିସାୱାଁ ଓ ମହୋଲି ସାମୁଦାୟିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଗୁରୁତର ଆହତଙ୍କୁ ସୀତାପୁର ଡାକ୍ତରଖାନାକୁ ପଠାଯାଇଛି।

ଏହି ଘଟଣା ପରେ ବରଗାୱାଁ ଗାଁରେ ଶୋକର ଛାୟା ଖେଳିଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)