318 PG medical seats added: ୩୧୮ଟି ପିଜି ମେଡିକାଲ ସିଟ୍ ବଢ଼ିଲା: ସମୁଦାୟ ପିଜି ସିଟ୍ ସଂଖ୍ୟା ୯୩୮କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ପିଜି ମେଡିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (ପିଜି) ମେଡିକାଲ ଶିକ୍ଷା ସମ୍ପ୍ରସାରିତ ହୋଇଛି।
ଜାତୀୟ ମେଡିକାଲ କମିସନ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି।
ଫଳରେ ରାଜ୍ୟରେ ସମୁଦାୟ ପିଜି ସିଟ୍ ସଂଖ୍ୟା ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି।
Advertisment ପ୍ରଥମଥର ପାଇଁ ୫ ସରକାରୀ କଲେଜ ପାଇଲେ ପିଜି ସିଟ୍ ସମୁଦାୟ ପିଜି ସିଟ୍ ସଂଖ୍ୟା ୯୩୮କୁ ବୃଦ୍ଧି ରାଜ୍ୟର ୫ଟି ନୂତନ ସରକାରୀ ମେଡିକାଲ କଲେଜରେ ପ୍ରଥମଥର ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।
ତହିଁରେ କେନ୍ଦୁଝରର ୧୦ଟି ବିଭାଗରେ ୪୪ଟି, ସୁନ୍ଦରଗଡ଼ର ୮ଟି ବିଭାଗରେ ୨୨ଟି, କୋରାପୁଟର ୯ଟି ବିଭାଗରେ ୨୮ଟି, ତାଳଚେରର ୧୦ଟି ବିଭାଗରେ ୩୨ଟି ଓ ଫୁଲବାଣୀ ମେଡିକାଲ କଲେଜର ୮ଟି ବିଭାଗରେ ୨୭ଟି ପିଜି ସିଟ୍କୁ ଅନୁମୋଦନ ମିଳିଛି।
ସେହିପରି ବାରିପଦା ମେଡିକାଲ କଲେଜରେ ପିଜି ସିଟ୍ ସଂଖ୍ୟା ୫୩, ବଲାଙ୍ଗୀରରେ ୫୪, ବାଲେଶ୍ୱରରେ ପିଜି ସିଟ୍ ସଂଖ୍ୟା ୫୪ରେ ପହଞ୍ଚିଛି।
କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍ଷ୍ଟିଚ୍ୟୁଟ୍ରେ ୧୧ଟି, ଏସ୍ସିବିରେ ୧୭ଟି, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୩ଟି ଓ ବୁର୍ଲାରେ ୧୧ଟି ପିଜି ସିଟ୍ ବୃଦ୍ଧି ହୋଇଛି।
ଏହି ଅତିରିକ୍ତ ସିଟ୍ଗୁଡ଼ିକ ଆନାଟୋମି, ଆନାସ୍ଥେସିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍, ଇଏନ୍ଟି, ଜେନେରାଲ ମେଡିସିନ୍, ଜେନେରାଲ ସର୍ଜରି, ମାଇକ୍ରୋବାୟୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ, ଅସ୍ଥିଶଲ୍ୟ, ଶିଶୁରୋଗ, ପାଥୋଲୋଜି, ମାନସିକ ରୋଗ ଓ ରେସ୍ପିରେଟୋରି ମେଡିସିନ୍ ଆଦି ୧୪ଟି ବିଭାଗରେ ଉପଲବ୍ଧ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
