Crime: ପାଉଁଶ ପାଇଁ ଯୁବକଙ୍କୁ ହତ୍ୟା: ଅଫିସ, ଗାଡ଼ି ଜାଳିଦେଲେ ଲୋକେ
ସୁନ୍ଦରଗଡ଼: ପାଉଁଶରୁ ବେଆଇନ ଚାନ୍ଦା ଆଦାୟ ବିବାଦକୁ ନେଇ ଗୁରୁବାର ସନ୍ଧ୍ୟା ରେ ସୁନ୍ଦରଗଡ଼ ଭଷ୍ମା ଥାନା ଦର୍ଲିପାଲି ବରୋବଗାରେ ହତ୍ୟାକାଣ୍ଡ ଘଟିଥିଲା।
ଗୁଳିମାଡ଼ରେ ରାଇଜ୍ ସଂଗଠନର ଜଣେ ଯୁବକ ଦର୍ଲିପାଲି ଗାଁର ସୁନୀଲ ନେଟୀ (ସିଲୁ)ଙ୍କ ମୃତ୍ୟୁ ହୋଇଥିବାବେଳେ ମାମଲାର ମୁଖ୍ୟ ଅଭିଯୁୂକ୍ତ ବିନୋଦ ଖଡ଼ିଆ ଫେରାର ରହିଛି।
ବିନୋଦ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ)ର ମୁଖ୍ୟ କାର୍ପଟଦାର ସୂରଜ ପଟେଲଙ୍କ ଗାଡ଼ି ଚାଳକ ବୋଲି କୁହାଯାଉଛି।
ଏହି ଘଟଣାରେ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ)ର ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ନାବାଳକ ଅଟକ ଅଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ତିଲେଇମାଲର ସୂରଜ ପଟେଲ (୩୫), ସେହି ଥାନା ରାଜପୁର କଟାପାଲିର ବିଶ୍ବଦେବ ଖଡ଼ିଆ (୨୧), ସେହି ଗାଁର ମଣ୍ଟୁ ପ୍ରଧାନ (୧୯), ତିଲେଇମାଲର ଗୁଟୁ ଖଡ଼ିଆ (୧୯) ଓ ରାକେଶ ଖଡ଼ିଆ (୨୯), ଓରିଏଣ୍ଟ ଥାନା ଗୋକୁଳ କଲୋନିର ଅଙ୍କିତ ସାହୁ (୨୦), ଝାରସୁଗୁଡ଼ା ଟାଉନ ଥାନା ଭୁଲିଆଟିକ୍ରାର ଅଜୟ ରଜକ (୨୬), ଲେଫ୍ରିପଡ଼ା ଥାନା ଉଜ୍ଜ୍ବଳପୁରର ନିତ୍ୟାନନ୍ଦ ପଟେଲ (୫୧), ହେମଗିର ଥାନା କନକତୁରାର ସୂରଜ ଖଡ଼ିଆ (୨୦) ଓ ଲେଫ୍ରିପଡ଼ା ଥାନା ରାଏଡିହି ଚାନ୍ଦିଲିର ଗୌତମ ନାଏକ (୨୭)।
Advertisment Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା ସଂଘ ସଭାପତି ଓ ସହଯୋଗୀଙ୍କୁ ମାଡ଼ ମୁଖ୍ୟ ଅଭିଯୁକ୍ତ ଫେରାର, ୧୦ ଗିରଫ ଗୁଳିକାଣ୍ଡ ପରେ ଗୁରୁବାର ଉତ୍ତ୍ୟକ୍ତ ଲୋକେ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ)ର ଦର୍ଲିପାଲି ଅଫିସ ଭଙ୍ଗାରୁଜା କରିବା ସହ ସଂଘର ମୁଖ୍ୟ କାର୍ପଟଦାର ସୂରଜ ପଟେଲଙ୍କ କ୍ରେଟା (ଓଡି୨୩ଆର୍-୭୫୮୯) ଗାଡ଼ିକୁ ଜାଳି ଦେଇଥିଲେ।
ଏହା ସହ ସଂଘ ସଭାପତି ତଥା ଦର୍ଲିପାଲି ସରପଞ୍ଚଙ୍କ ସ୍ବାମୀ ଗୋବିନ୍ଦ କୁମୁରା ଓ ଅନ୍ୟ ଜଣେ ସଦସ୍ୟଙ୍କୁ ମାଡ଼ ମାରିଥିଲେ।
ମାରଣାସ୍ତ୍ର ଥିବା ଦର୍ଶାଇ ଏକ ଥାର୍ ଗାଡ଼ିକୁ ଭାଙ୍ଗି ଦେବାକୁ ଉଦ୍ୟମ କଲାବେଳେ ପୁଲିସ ଗାଡ଼ିକୁ ହେପାଜତକୁ ନେଇଥିଲା।
Bomb threat: ଇ-ମେଲ୍ ପରେ ମୁମ୍ବାଇରେ ହାଇଆଲର୍ଟ, ଯାଞ୍ଚରୁ ମିଳିଲାନି ସନ୍ଦେହଜନକ ସାମଗ୍ରୀ ଶୁକ୍ରବାର ସକାଳେ ଉତ୍ତ୍ୟକ୍ତ ଜନତା ସଂଘ ଅଫିସକୁ ଜାଳି ଦେଇଥିଲେ।
ଏପରିକି ନିଆଁ ଲିଭାଇବାକୁ ପହଞ୍ଚିଥିବା ଏନ୍ଟିପିସି ଓ ଟାଙ୍ଗରପାଲିର ଅଗ୍ନିଶମ ବାହିନୀକୁ ଫେରାଇ ଦେଇଥିଲେ।
ଫଳରେ ଅଫିସ ଭିତରେ ସବୁ ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି।
ଆଜି ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ ସୁନୀଲଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।
ସିଟି ସ୍କାନ୍ ସହ ମୁଣ୍ଡ ଭିତରେ ରହିଯାଇଥିବା ଗୁଳିକୁ ବାହାର କରାଯିବା ପରେ ମୃତଦେହ ଗାଁ'କୁ ନିଆଯାଇଛି।
ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଫୋର୍ସ ସ୍ଥିତି ଉପରେ ନଜର ରଖିଛନ୍ତି।
ଶବ ଆସିବା ପରେ ଦର୍ଲିପାଲି ଛକରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
