ମୃତ୍ୟୁ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଉଥିଲେ ସ୍ୱାସ୍ଥ୍ୟକର୍ମୀ, ମାଡ଼ିବସିଲା ଭିଜିଲାନ୍ସ ବିଭାଗ

Nov 26, 2026 - 15:48
ମୃତ୍ୟୁ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଉଥିଲେ ସ୍ୱାସ୍ଥ୍ୟକର୍ମୀ, ମାଡ଼ିବସିଲା ଭିଜିଲାନ୍ସ ବିଭାଗ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ଠେମରା CHC ସ୍ୱାସ୍ଥ୍ୟକର୍ମୀ ହରିହର ପ୍ରଧାନ । ମୃତ୍ୟୁ ସାର୍ଟିଫିକେଟ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ହରିହରଙ୍କୁ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀ ତାଙ୍କ ସ୍ୱର୍ଗତ ଅଜାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହ ପ୍ରାୟ ୬ ମାସ ପୂର୍ବରୁ ଆବେଦନ କରିଥିଲେ। ସରକାରୀ ନିୟମ ଅନୁଯାୟୀ ସବୁ ଠିକ୍ ଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ହରିହର ପ୍ରଧାନ ଏହି ପ୍ରକ୍ରିୟାକୁ ବିଭିନ୍ନ ବାହାନାରେ ବିଳମ୍ବ କରି ଆସୁଥିଲେ। ଶେଷରେ କାମଟି କରିଦେବା ପାଇଁ ସେ ୭,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।  

ଅଭିଯୋଗକାରୀ ବାରମ୍ବାର ନିବେଦନ କରି ବିଫଳ ହେବା ପରେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ, ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକ ଜାଲ ବିଛାଯାଇଥିଲା। ହରିହର ପ୍ରଧାନ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ପାଖରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।  

ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ହରିହରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରାଯାଉଛି। ସମ୍ବଲପୁର ଭିଜିଲାନ୍ସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)