ଝଗଡା ତୁଟାଇବାକୁ ଯାଇ ଯୁବକଙ୍କ ମୃତ୍ୟୁ

Nov 25, 2026 - 16:14
ଝଗଡା ତୁଟାଇବାକୁ ଯାଇ ଯୁବକଙ୍କ ମୃତ୍ୟୁ

ପୁରୀ : ମଧ୍ୟସ୍ଥି ସାଜିବା ହେଲା କାଳ । ଝଗଡା ତୁଟାଇବାକୁ ଯାଇ ଜଣେ ଯୁବକଙ୍କୁ ଜୀବନ ହରାଇବାକୁ ପଡିଛି । ଘଟଣା ଘଟିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ଉଆଁସଡ଼ିହ ଗ୍ରାମରେ । ମୃତକ ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ କାଞ୍ଜିଆ ଗାଁର । ଉଆଁସଡ଼ିହ ଗାଁ ଛକରେ କିଛି ନିଶାସକ୍ତ ଯୁବକ ତାଙ୍କୁ ମଦବୋତଲ ଭୁସି ହତ୍ୟା କରିଥିବା ଜଣା ପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। 

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଉଆଁସଡିହ ଛକରେ ତିନିଜଣ ଯୁବକ ନିଶାସକ୍ତ ଅବସ୍ଥାରେ କୌଣସି କଥାକୁ ନେଇ ଗଣ୍ଡଗୋଳ କରୁଥିଲେ । ସେମାନେ ସ୍ଥାନୀୟ ଅଞ୍ଚଳର ନହୋଇ ବାହାରୁ ଆସିଥିବା ଜଣାପଡ଼ିଛି । ରାସ୍ତାକଡ଼ରେ ଏଭଳି ଗଣ୍ଡଗୋଳ ଦେଖି ସ୍ଥାନୀୟ ଯୁବକ ଜଣକ ମାମଲା ଶାନ୍ତ କରିବାକୁ ଆଗକୁ ଆସିଥିଲେ । ଉଦ୍ଦେଶ୍ୟ ଥିଲା ଝଗଡ଼ା ବନ୍ଦ କରିବା ଓ ପରିସ୍ଥିତିକୁ ଶାନ୍ତ କରିବା। କିନ୍ତୁ ତାଙ୍କର ଏହି ଉଦ୍ୟମ ଶେଷରେ ତାଙ୍କ ଜୀବନ ନେଇଗଲା। କଥା କଟାକଟିରୁ ପରିସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେଇଥିଲା । ଏହି ସମୟରେ ଜଣେ ନିଶାସକ୍ତ ଯୁବକ ଉତ୍ତ୍ୟକ୍ତ ହୋଇ ମଦ ବୋତଲରେ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)