ବିଦ୍ୟୁତ ଟାୱାରରେ ଚଢ଼ି କର୍ମଚାରୀଙ୍କ ପ୍ରତିବାଦ

Nov 25, 2026 - 15:22
ବିଦ୍ୟୁତ ଟାୱାରରେ ଚଢ଼ି କର୍ମଚାରୀଙ୍କ ପ୍ରତିବାଦ

ଭୁବନେଶ୍ୱର : ରାଜଧାନୀରେ ବିଭିନ୍ନ ବିଦ୍ୟୁତ ଟାୱାରରେ ଚଢ଼ି ଅଭିନବ ପ୍ରତିବାଦ । ଆଚାର୍ଯ୍ୟବିହାର, ସତ୍ୟବିହାର, ହାଇଟେକ ସ୍ଥିତ ଟାୱାରରେ ଚଢ଼ି ପ୍ରତିବାଦ କରୁଛନ୍ତି ଛଟେଇ କର୍ମଚାରୀ । ମଞ୍ଚେଶ୍ବର ପାଖରେ ମଧ୍ୟ ଟାୱାର ଉପରେ ଚଢ଼ି ପ୍ରତିବାଦ କରୁଥିବା ନଜରକୁ ଆସିଛି । ଦାବି ପୂରଣ ପାଇଁ କେହି ଶୁଣୁ ନଥିବାରୁ ଟାୱାର ଉପରୁ ପ୍ରତିବାଦ କରୁଛନ୍ତି ଛଟେଇ କର୍ମଚାରୀ। ଲୋୟର ପିଏମ୍‌ଜିରେ କିଛି ଦିନ ହେଲା ଧାରଣାରେ ବସିଥିଲେ ।

ଚାକିରିରୁ ବହିଷ୍କାର ପ୍ରତିବାଦରେ ୩୩ କେଭି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଛନ୍ତି ୪ ଜଣ ଠିକା ବିଦ୍ୟୁତ୍ କର୍ମଚାରୀ। ଟାୱାର ଉପରେ କର୍ମଚାରୀଙ୍କ ପ୍ରତିବାଦକୁ ନେଇ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି । ଦୀର୍ଘଦିନ ଧରି ଛଟେଇ ବିରୋଧରେ ଲୋୟର ପିଏମ୍‌ଜିରେ ଧାରଣା ଦେଇଆସୁଥିଲେ ଠିକା ବିଦ୍ୟୁତ୍ କର୍ମଚାରୀ । ବର୍ଷା, ଖରାକୁ ଖାତିର ନକରି ନିଜ ଦାବି ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ଶେଷରେ ନିରାଶ ହୋଇ ଏଭଳି ଚରମ ପ୍ରତିବାଦର ପନ୍ଥା ଆପଣାଇଥିବା ସେ କହିଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ପୋଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି କର୍ମଚାରୀମାନେ ପ୍ରତିବାଦ କରିଥିବା ସୂଚନା ମିଳିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)