Bribe: ମୃତ୍ୟୁ ପ୍ରମାଣପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ

Nov 26, 2026 - 15:33
Bribe: ମୃତ୍ୟୁ ପ୍ରମାଣପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ

ସମ୍ବଲପୁର : ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାରେ ଫାଇଲ୍ ଆଗକୁ ବଢ଼ାଇବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ଥେମରା ସିଏଚ୍‌ସିର ଜଣେ ସ୍ୱାସ୍ଥ୍ୟକର୍ମୀ।

ଧରାପଡ଼ିଥିବା ସ୍ୱାସ୍ଥ୍ୟକର୍ମୀ ହେଲେ ହରିହର ପ୍ରଧାନ।

ସେ ଥେମରା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ମଲ୍ଟି ପର୍ପୋଜ୍ ହେଲ୍ଥ ୱାର୍କର ଭାବେ କାର୍ଯ୍ୟରତ ଥିଲେ।

Advertisment ଆହୁରି ପଢନ୍ତୁ : Indian Constitution: ପ୍ରତ୍ୟେକ ଭାରତୀୟଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ଆହ୍ବାନ: ସମ୍ବିଧାନ ଅନ୍ୟାୟ ବିରୋଧରେ ସବୁଠୁ ବଡ଼ ଅସ୍ତ୍ର ଓ ଦେଶର ଆତ୍ମା: ରାହୁଲ ସୂଚନା ଅନୁସାରେ, ଅଭିଯୋଗକାରୀ ତାଙ୍କ ମୃତ ଜେଜେବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ୬ ମାସ ପୂର୍ବରୁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ କାଗଜପତ୍ର ସହ ଆବେଦନ କରିଥିଲେ।

ହେଲେ ଅନେକ ଥର ଅନୁରୋଧ କରିବା ସତ୍ତ୍ୱେ ଅଭିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ଫାଇଲ୍ ପ୍ରକ୍ରିୟା ଆରମ୍ଭ କରୁନଥିଲେ ଏବଂ ଅଯଥା ବିଳମ୍ବ କରୁଥିଲେ।

ଏହା ବଦଳରେ ସେ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢନ୍ତୁ : Assaulted: ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ସମୟରେ ରାଇରଙ୍ଗପୁର ପୌରାଧ୍ୟକ୍ଷଙ୍କୁ ମାଡ ଏହାପରେ ଆଜି, ୨୬ ନଭେମ୍ବର ୨୦୨୬ରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଲାଞ୍ଚ ନେଉଥିବା ସମୟରେ ହରିହର ପ୍ରଧାନଙ୍କୁ ଧରିଥିଲା।

ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଲାଞ୍ଚ ରାଶି ଜବତ କରାଯାଇଛି।

ଏବେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତିକୁ ନେଇ ତଲାସି ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)