Vigilance Catches Themara CHC Worker: ଡେଥ୍ ସାର୍ଟିଫିକେଟ ପାଇଁ ୭ ହଜାର ଲାଞ୍ଚ, ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ
ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ।
ସମ୍ବଲପୁର ଠେମରା CHC ସ୍ବାସ୍ଥ୍ୟକର୍ମୀ ହରିହର ପ୍ରଧାନଙ୍କୁ ଧରିଲା ଭିଜିଲାନ୍ସ।
ଡେଥ୍ ସାର୍ଟିଫିକେଟ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଅଭିଯୋଗକାରୀ ୬ ମାସ ତଳେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ।
Advertisment ହେଲେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଫାଇଲ୍ ଆଗକୁ ବଢ଼ାଉନଥିଲେ ସ୍ୱାସ୍ଥ୍ୟକର୍ମୀ ।
ଶେଷରେ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।
ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଆଜି ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଲାଞ୍ଚ ଟଙ୍କା ନେବାବେଳେ ହରିହର ପ୍ରଧାନଙ୍କୁ ଧରିଛି ।
ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।
ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ପୋଲିସ୍।
ଡେଥ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ ଭିଜିଲାନ୍ସ ଜାଲରେ ସମ୍ବଲପୁର ଠେମରା CHC ସ୍ବାସ୍ଥ୍ୟକର୍ମୀ ହରିହର ପ୍ରଧାନ ଆବେଦନର ୬ ମାସ ପରେ ମଧ୍ୟ ଦେଉ ନ ଥିଲେ ଡେଥ୍ ସାର୍ଟିଫିକେଟ CHC ସ୍ବାସ୍ଥ୍ୟକର୍ମୀଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କଲା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଚଢାଉ ଜାରି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
