Supreme Court Orders FSSAI to Introduce Front-of-Pack Warning: ଆପଣଙ୍କ ପ୍ରିୟ ବିସ୍କୁଟରେ କେତେ ବିଷ? ଏଣିକି ପ୍ୟାକେଟ୍ ଖୋଲିବା ପୂର୍ବରୁ ଜାଣିବେ!

Nov 26, 2026 - 21:03
Supreme Court Orders FSSAI to Introduce Front-of-Pack Warning: ଆପଣଙ୍କ ପ୍ରିୟ ବିସ୍କୁଟରେ କେତେ ବିଷ? ଏଣିକି ପ୍ୟାକେଟ୍ ଖୋଲିବା ପୂର୍ବରୁ ଜାଣିବେ!

ଆପଣ ଖାଉଥିବା ୫ଟଙ୍କିଆ ବିସ୍କୁଟ ହେଉ କି ଚିପ୍ସ, ଚକୋଲେଟ୍ ହେଉ କି କୋଲ୍ଡ ଡ୍ରିଙ୍କସ, ପ୍ୟାକେଟ୍ ସାମ୍ନାରେ ରହିବ ୱାର୍ଣ୍ଣିଂ ଲେବଲ୍।

ଖାଦ୍ୟରେ ଥିବା ଅଧିକ ପରିମାଣର ଚିନି, ଲୁଣ ଓ ଚର୍ବି ବାବଦରେ ରହିବ ତଥ୍ୟ।

ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ- FSSAIକୁ ୪ ମାସ ମଧ୍ୟରେ ବାଧ୍ୟତାମୂଳକ ଚେତାବନୀ ଲେବଲ୍ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଜେ.ବି.

ପାରଦିୱାଲା ଓ ବିଚାରପତି କେ.

ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ଗୋଟିଏ ମିଳିତ ଲେବଲ୍ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।

ସ୍ପଷ୍ଟ ଭାବେ କହିଛନ୍ତି, ପ୍ୟାକେଟ୍ ଖାଦ୍ୟରେ ଏକାଧିକ ଉପାଦାନ ପାଇଁ ଗୋଟିଏ ଚିହ୍ନ ବଦଳରେ ପ୍ରତ୍ୟେକ ଉପାଦାନ ପାଇଁ ଅଲଗା ଅଲଗା ଷଡ଼ଭୁଜାକାର ବା ହେକ୍ସାଗନ୍ ଚେତାବନୀ ଲେବଲ୍ ରହିବା ଆବଶ୍ୟକ।

ଏଥିରେ ଚିତ୍ର ସହିତ ହାଇ ଫ୍ୟାଟ୍, ସୁଗାର ଓ ସଲ୍ଟ ସ୍ପଷ୍ଟ ଭାବେ ଲେଖାଯିବ।

ପ୍ୟାକେଟ୍ ସମ୍ମୁଖ ଭାଗର ୪ରୁ ୫% ଅଂଶ ଏହି ଲେବଲ୍ ଦ୍ୱାରା ଆବୃତ ରହିବ।

ଅକ୍ଷରଗୁଡ଼ିକ ବଡ଼ ଓ ସହଜରେ ପଢ଼ି ହେବା ଭଳି ଆବଶ୍ୟକ।

Advertisment ବର୍ତ୍ତମାନ ପ୍ୟାକେଟ୍ ପଛ ପଟେ ଅତି ଛୋଟ ଅକ୍ଷରରେ ଖାଦ୍ୟ ପୋଷକ ତଥ୍ୟ ବାବଦରେ ଲେଖାଥାଏ।

ଯାହାକୁ ସାଧାରଣ ଲୋକ ବୁଝିପାରନ୍ତି ନାହିଁ।

ଅନେକଙ୍କ ପ୍ୟାକେଟ ପଛପଟକୁ ଧ୍ୟାନ ଯାଏନାହିଁ।

ନୂଆ ନିୟମ ଫଳରେ ପ୍ୟାକେଟ୍ ଦେଖିବା ମାତ୍ରେ ଜଣାପଡ଼ିବ ଯେ, ଏଥିରେ ଚିନି, ଲୁଣ କିମ୍ବା ଚର୍ବି ଅଧିକ ଅଛି।

ଅନେକ କମ୍ପାନୀ ହେଲ୍ଦି, ନାଚୁରାଲ୍ କିମ୍ବା ଶକ୍ତିବର୍ଦ୍ଧକ ଲେଖି ଜଙ୍କ୍ ଫୁଡ୍ ବିକ୍ରି କରନ୍ତି।

ସମ୍ମୁଖ ଭାଗରେ ଚେତାବନୀ ଚିହ୍ନ ରହିଲେ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ସହଜରେ ଭ୍ରମିତ କରିପାରିବେନି।

ସେହିପରି ୱାର୍ଣ୍ଣିଂ ଲେବଲ୍ ଲାଗିଲେ ବିକ୍ରି କମିଯିବା ଭୟରେ ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କ ଚିପ୍ସ, ବିସ୍କୁଟ, କୋଲ୍ଡ ଡ୍ରିଙ୍କସ ଏବଂ ରେଡି ଟୁ ଇଟ୍ ଖାଦ୍ୟରେ ଚିନି, ଲୁଣ ଓ ତେଲର ପରିମାଣ କମାଇବାକୁ ବାଧ୍ୟ ହେବେ।

ଅଧିକ ଚିନି ଓ ସାଚୁରେଟେଡ୍ ଫ୍ୟାଟ୍ ଥିବା ଚିପ୍ସ, ବିସ୍କୁଟ ଓ କୋଲ୍ଡ ଡ୍ରିଙ୍କ୍ସ ଖାଇବା ଦ୍ୱାରା ପିଲାଙ୍କ ଓଜନ ଅସ୍ୱାଭାବିକ ଭାବେ ବଢ଼ୁଛି।

ପୂର୍ବରୁ କେବଳ ବୟସ୍କଙ୍କଠାରେ ଦେଖା ଯାଉଥିବା ଟାଇପ୍-୨ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ ଏବେ କିଶୋର ଓ ପିଲାମାନଙ୍କଠାରେ ମଧ୍ୟ ଦେଖାଯାଉଛି।

ଅତ୍ୟଧିକ ଚିନିଯୁକ୍ତ ଖାଦ୍ୟ ଓ ସଫ୍ଟ ଡ୍ରିଙ୍କସ ପିଲାଙ୍କ ଦାନ୍ତ କ୍ଷୟ କରେ।

ଶରୀରରେ କ୍ୟାଲସିୟମ ଅବଶୋଷଣକୁ କମାଇ ହାଡ଼ ଦୁର୍ବଳ କରିଦିଏ।

ଅତ୍ୟଧିକ ପ୍ରୋସେସଡ୍ ଫୁଡ୍ ଖାଇବା ଦ୍ୱାରା ପିଲାଙ୍କଠାରେ ଚିଡ଼ଚିଡ଼ାପଣ, ନିଦ୍ରାହୀନତା ଓ ପାଠପଢ଼ାରେ ଏକାଗ୍ରତା କମିବା ଭଳି ସମସ୍ୟା ଦେଖାଯାଏ।

Advertisment ରାୟ ପ୍ରକାଶ ପାଇବାର ୪ ମାସ ମଧ୍ୟରେ FSSAI କୁ ସଂଶୋଧିତ ନିୟମାବଳୀର ଚିଠା ପ୍ରସ୍ତୁତ କରିବାକୁ ହେବ।

ଖାଦ୍ୟ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରିବା ପାଇଁ ୧ ବର୍ଷ ସମୟ ମିଳିବ।

ଦେଶରେ ବଢୁଥିବା ଅଣ-ସଂକ୍ରାମକ ରୋଗୀଙ୍କ ସଂଖ୍ୟାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

କେର୍ଟ ସ୍ପଷ୍ଟ କରିଛନ୍ତି, ଭାରତୀୟମାନେ ବି ଆମେରିକା ଆଉ ବ୍ରିଟେନ ଭଳି ସମାନ ପୁଷ୍ଟିକର ଖାଦ୍ୟ ଏବଂ ସୁରକ୍ଷା ପାଇବାକୁ ହକଦାର।

ପ୍ୟାକେଜିଂ ନିୟମ ସହିତ, ବିଦ୍ୟାଳୟ ପାଠ୍ୟକ୍ରମରେ ପୁଷ୍ଟି ସମ୍ବନ୍ଧୀୟ ଶିକ୍ଷାକୁ ସୁଦୃଢ଼ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)