8th Pay Commission: ୮ମ ବେତନ ଆୟୋଗରେ ବଢ଼ିବ କି ଦରମା? ନୂଆ ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଚର୍ଚ୍ଚା
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୮ମ ବେତନ ଆୟୋଗକୁ ନେଇ ବଡ଼ ଖବର।
ନୂଆ ଦରମା ନିର୍ଦ୍ଧାରଣ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର ୨.୯୨ରୁ ୪ ପର୍ଯ୍ୟନ୍ତ ରଖିବାକୁ ବିଭିନ୍ନ କର୍ମଚାରୀ ସଂଗଠନ ଦାବି କରିଛନ୍ତି।
ଯଦି ଏହି ଦାବି ମଧ୍ୟରୁ କୌଣସିଟି ଗ୍ରହଣ ହୁଏ, ତେବେ କର୍ମଚାରୀଙ୍କ ମୂଳ ଦରମାରେ ବଡ଼ ପରିବର୍ତ୍ତନ ହୋଇପାରେ।
Advertisment ଉଦାହରଣ ସ୍ୱରୂପ, ଏବେ ୧୮ ହଜାର ଟଙ୍କା ମୂଳ ଦରମା ପାଉଥିବା କର୍ମଚାରୀଙ୍କ ଦରମା ୨.୯୨ ଫିଟମେଣ୍ଟ ଫ୍ୟାକ୍ଟରରେ ୫୨ ହଜାର ୫୬୦ ଟଙ୍କା ହୋଇପାରେ।
୩.୬୧ ହେଲେ ୬୪ ହଜାର ୯୮୦, ୩.୮୩୩ ହେଲେ ପ୍ରାୟ ୬୮ ହଜାର ୯୯୪ ଏବଂ ୪ ହେଲେ ୭୨ ହଜାର ଟଙ୍କା ହୋଇପାରେ।
ସେହିପରି ୩୫ ହଜାର ୪୦୦ ଟଙ୍କା ମୂଳ ଦରମା ଥିବା ଲେଭଲ୍-୬ କର୍ମଚାରୀଙ୍କ ଦରମା ୨.୯୨ ଫିଟମେଣ୍ଟରେ ୧ ଲକ୍ଷ ୩ ହଜାର ୩୬୮ ଟଙ୍କା ଏବଂ ୪ ଫିଟମେଣ୍ଟରେ ୧ ଲକ୍ଷ ୪୧ ହଜାର ୬୦୦ ଟଙ୍କା ହୋଇପାରେ।
Advertisment ତେବେ ଏହା କେବଳ ଦାବି ଆଧାରିତ ହିସାବ।
କେଉଁ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
୨୦୨୫ ନଭେମ୍ବର ୩ରେ ଗଠିତ ୮ମ ବେତନ ଆୟୋଗକୁ ସୁପାରିସ ଦେବା ପାଇଁ ୧୮ ମାସ ସମୟ ମିଳିଛି।
ତେଣୁ ୨୦୨୭ ମେ'ରୁ ଜୁନ୍ ମଧ୍ୟରେ ରିପୋର୍ଟ ଆସିବାର ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
