Inner Ratna Bhandar Inventory Resumes ୩ଘଣ୍ଟା ଧରି ଚାଲିଲା ଭିତର ରତ୍ନଭଣ୍ଡାର ଗଣତି, ଶୁକ୍ରବାର ପୁଣି ଗଣତି
ଭୁବନେଶ୍ବର/ ପୁରୀ : ବିଭିନ୍ନ କାରଣକୁ ନେଇ ପ୍ରାୟ ୪ ମାସ ଧରି ଅଟକି ରହିଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ପୁଣି ଆଜି (ଗୁରୁବାର) ଠାରୁ ଆରମ୍ଭ ହୋଇଛି।
ଆଜି ପ୍ରାୟ ୩ ଘଣ୍ଟା ଧରି ଭିତର ରତ୍ନ ଭଣ୍ଡାର ଗଣତି ଚାଲିଥିବା ବେଳେ ଆସନ୍ତା କାଲି (ଶୁକ୍ରବାର) ପୁଣିଥରେ ଏହି ପ୍ରକ୍ରିୟା ହେବ।
Advertisment Puri Jagannath: ପୁଣି ଥରେ ଗଣତିମଣତି ହେବ ମହାପ୍ରଭୁଙ୍କର ରତ୍ନଭଣ୍ଡାରର ଅଳଙ୍କାର ଆଜି ପୂର୍ବାହ୍ଣରେ ୧୧ଟା ୨୬ ମିନିଟ୍ରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅନୁଯାୟୀ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢ଼ୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ଏସ୍ପି ପ୍ରତୀକ ସିଂଙ୍କ ସହ ଅନ୍ୟସମସ୍ତ ଅଧିକୃତ ସଦସ୍ୟ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରିଥିଲେ।
ଏହି ଗଣତିମଣତି ଅପରାହ୍ଣ ୨ଟା ୩୬ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।
Ratha yatra: ରଥଯାତ୍ରା ବ୍ୟବସ୍ଥାବଳୀକୁ ମୋହର: ରତ୍ନଭଣ୍ଡାର ଗଣତିମଣତି ସ୍ଥଗିତ, ନୀଳାଦ୍ରି ବିଜେ ପରେ ନିଷ୍ପତ୍ତି ଅପରାହ୍ଣରେ ଶ୍ରୀପାଢ଼ୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଚଳନ୍ତି ଭଣ୍ଡାର, ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାରରେ ୧୭ ଦିନରେ ୯୩ଘଣ୍ଟା ୫୧ ମିନିଟ ଧରି ଗଣତି ହୋଇଛି।
ଆଜିର ଗଣତି ଦୀର୍ଘ ୩ ଘଣ୍ଟା ୧୦ ମିନିଟ୍ ଧରି ହୋଇଥିଲା।
ଗଣତି ସରିବା ପରେ ଚାବି ଟ୍ରେଜେରିରେ ରଖାଯାଇଛି।
ଆସନ୍ତାକାଲି ସକାଳ ଧୂପ ନୀତି ସମାପନ ପରେ ପୁନର୍ବାର ଏହି କାର୍ଯ୍ୟ ଆରମ୍ଭ ହେବ।
ଚାବି ଟ୍ରେଜେରିରୁ ଆଣିବାର ପରେ ଭଣ୍ଡାର ଖୋଲାଯିବ।
ଗଣତି କାମ ଚାଲିଥିବାରୁ ଭକ୍ତମାନଙ୍କୁ ଭିତରକାଠ ଦର୍ଶନରୁ ବଞ୍ଚିତ କରାଯାଇଛି।
ଭକ୍ତମାନେ କେବଳ ବାହାରକାଠ ନିକଟରୁ ଦର୍ଶନ କରିଛନ୍ତି।
Ratna bhandara: ରତ୍ନଭଣ୍ଡାର ଭିତରେ ଦାଦା-ପୁତୁରା ହାତାହାତି: ୩ ଘଣ୍ଟା ୨୭ମିନିଟ୍ ହେଲା ଗଣତିମଣତି ପୂର୍ବରୁ ତିନିଟି ପୁରୁଣା ସିନ୍ଦିୁକରେ ରତ୍ନ ରହିଛି।
ଏହି ସିନ୍ଦୁକ ଯେତେବେଳେ ଗଣତି ହେବ, ସେତେବେଳେ ପୁରୁଣା ସିନ୍ଦୁକ ବଦଳାଯାଇ ନୂଆ ସିନ୍ଦୁକରେ ରଖାଯିବ।
ଏଥିପାଇଁ ତିନିଟି ନୂଆ ସିନ୍ଦୁକ ପ୍ରସ୍ତୁତ ହୋଇ ସାରିଛି।
କେତେକ ଅଳଙ୍କାରରେ ଏକାଧିକ ରତ୍ନ ଖଚିତ ହୋଇଥିବାରୁ ଏହାକୁ ଚିହ୍ନଟ, ଓଜନ, ୩ଡି ମ୍ୟାପିଂ କରିବାରେ ସମୟ ଲାଗୁଛି।
ଭିତର ଭଣ୍ଡାାରରେ କେବଳ ଗଣତି ହୁଏ, ମଣତି ହୁଏନାହିଁ।
ସମଗ୍ର ପ୍ରକ୍ରିୟା କେବେ ସରିବ ତାହା ଏବେ ଠୁଁ କହିହେବନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
