15 Days of Paternity Leave for Male Government Employees: ବାପା ହେଲେ ମିଳିବ ୧୫ ଦିନ ଛୁଟି, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ପିଲା ଜନ୍ମ ପରେ ଏଣିକି ମା'ଙ୍କ ସହ ନବଜାତ ଶିଶୁର ଯତ୍ନ ନେଇପାରିବେ ବାପା।
ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ।
ଶିଶୁ ଜନ୍ମର ୧୫ ଦିନ ପୂର୍ବରୁ କିମ୍ବା ଜନ୍ମର ୬ ମାସ ମଧ୍ୟରେ ଏହି ଛୁଟି ନେଇପାରିବେ କର୍ମଚାରୀ।
Advertisment ସରକାରଙ୍କ କହିବା ଅନୁସାରେ, ଏହି ସମୟରେ ମା'ଙ୍କୁ ଶାରୀରିକ ଓ ମାନସିକ ସହଯୋଗ ଦେବା ସହ ଶିଶୁର ଯତ୍ନରେ ବାପାଙ୍କ ଭାଗିଦାରୀ ମଧ୍ୟ ଜରୁରୀ।
ଏଥିପାଇଁ ପୁରୁଷ କର୍ମଚାରୀଙ୍କ ପକ୍ଷରୁ ଆସିଥିବା ଅନୁରୋଧକୁ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି।
ସେପଟେ ତାମିଲନାଡୁରେ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନର ମାତୃତ୍ୱ ଛୁଟି ମିଳୁଛି।
ଏପରିକି ତୃତୀୟ ଥର ମା' ହେବାକୁ ଯାଉଥିବା ମହିଳା କର୍ମଚାରୀଙ୍କ ପାଇଁ ମଧ୍ୟ ଛୁଟି ୧୨ ସପ୍ତାହରୁ ବଢ଼ାଇ ୩୬୫ ଦିନ କରାଯାଇଛି।
ତେବେ ଦୁଇ କିମ୍ବା ଅଧିକ ଜୀବିତ ସନ୍ତାନ ଥିବା ମହିଳାଙ୍କ ପାଇଁ ୧୨ ସପ୍ତାହର ମାତୃତ୍ୱ ଛୁଟିର ବ୍ୟବସ୍ଥା ରହିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
