Alum for Tooth Pain: ଦାନ୍ତରେ ପୋକ କାଟୁଛି ବୋଲି ଫିଟିକିରି ଲଗାଉଛନ୍ତି କି? ଜାଣିଲେ ଉଡ଼ିଯିବ ହୋସ୍!
ଦାନ୍ତ ପୋକ କାଟୁଛି କି?
ଯନ୍ତ୍ରଣାରୁ ମୁକ୍ତି ପାଇଁ ଲଗାଉଛନ୍ତି କି ଫିଟିକିରି?
ସାବଧାନ!
ଏହି ଘରୋଇ ଉପଚାର ଦାନ୍ତର ସମସ୍ୟା ଦୂର କରିପାରିବ ନାହିଁ।
ବରଂ ଦାନ୍ତ ଓ ମାଢ଼ିରେ ଜ୍ୱଳନ ସୃଷ୍ଟି କରିପାରେ।
ତେବେ ଦାନ୍ତର ସମସ୍ୟାର କଣ ରହିଛି ସମାଧାନ?
Advertisment ଦାନ୍ତରେ ପ୍ରକୃତରେ ପୋକ ଲାଗେ କି?
ଅନେକ ଲୋକ ଦାନ୍ତରେ ପୋକ ଲାଗିବା କଥା କହିଥାନ୍ତି।
ଏଥିପାଇଁ ଫିଟିକିରିଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ଉପଚାର ଆପଣାଇଥାନ୍ତି।
କିନ୍ତୁ ଦାନ୍ତରେ ପ୍ରକୃତରେ କୌଣସି ପୋକ ନଥାଏ।
ଏହା ହେଉଛି ଦାନ୍ତର କ୍ୟାଭିଟି ସମସ୍ୟା।
ପାଟିରେ ଥିବା ବ୍ୟାକ୍ଟେରିଆ ଖାଦ୍ୟରେ ଥିବା ଚିନି ସହ ମିଶି ଏସିଡ୍ ସୃଷ୍ଟି କରନ୍ତି।
ଏହି ଏସିଡ୍ ଧୀରେ ଧୀରେ ଦାନ୍ତର ବାହାର ପରସ୍ତକୁ ନଷ୍ଟ କରିଥାଏ।
ଫଳରେ ଦାନ୍ତରେ କ୍ୟାଭିଟି ସୃଷ୍ଟି ହୁଏ।
Advertisment ଫିଟିକିରି ଲଗାଇଲେ ପୋକ କାଟିବା ଭଲ ହେବ କି?
ଫିଟିକିରିରେ କିଛି ଜୀବାଣୁବିରୋଧୀ ଗୁଣ ଥାଇପାରେ।
କିନ୍ତୁ ଏହା ଦାନ୍ତର ସଢ଼ାକୁ ଠିକ୍ କରିପାରେ ନାହିଁ।
ଥରେ ଦାନ୍ତ ନଷ୍ଟ ହୋଇଗଲେ ଫିଟିକିରି ଲଗାଇ ତାହାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ସମ୍ଭବ ନୁହେଁ।
ସିଧାସଳଖ ଦାନ୍ତ କିମ୍ବା ମାଢ଼ିରେ ଫିଟିକିରି ଲଗାଇଲେ ଜ୍ୱଳନ ମଧ୍ୟ ହୋଇପାରେ।
ଦାନ୍ତ ପୋକ କାଟିଲେ କ'ଣ କରିବେ?
ଦାନ୍ତର କଣା କେତେ ଗଭୀର ହୋଇଛି, ତାହା ଅନୁସାରେ ଚିକିତ୍ସା କରାଯାଏ। • ପ୍ରାରମ୍ଭିକ ଅବସ୍ଥାରେ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରନ୍ତୁ। • କ୍ୟାଭିଟି ହୋଇଥିଲେ ଡାକ୍ତର ଫିଲିଂ କରିବାକୁ ପରାମର୍ଶ ଦେଇପାରନ୍ତି। • ଦାନ୍ତର ଭିତର ଅଂଶ ପର୍ଯ୍ୟନ୍ତ କଣା ହେଲେ ରୁଟ୍ କେନାଲ୍ ଚିକିତ୍ସା ଆବଶ୍ୟକ ହୋଇପାରେ। • ଅତ୍ୟଧିକ ଖରାପ ହୋଇଥିବା ଦାନ୍ତକୁ ବାହାର କରିବାକୁ ପଡ଼ିପାରେ।
ଦାନ୍ତକୁ ସୁସ୍ଥ ରଖିବାକୁ ମାନନ୍ତୁ ଏହି ନିୟମ ଦିନକୁ ଦୁଇଥର ବ୍ରଶ୍ କରନ୍ତୁ।
ମିଠା ଖାଦ୍ୟ ଓ ଚିନିଯୁକ୍ତ ପାନୀୟର ସେବନ କମାନ୍ତୁ।
ନିୟମିତ ବ୍ୟବଧାନରେ ଡେଣ୍ଟିଷ୍ଟଙ୍କ ପରାମର୍ଶ ନିଅନ୍ତୁ।
ଦାନ୍ତରେ ଯନ୍ତ୍ରଣା, ଥଣ୍ଡା କିମ୍ବା ଗରମ ଖାଦ୍ୟ ଖାଇଲେ ଶିରଶିର ହେବା ଏବଂ ମାଢ଼ି ଫୁଲିବା ଭଳି ସମସ୍ୟା ଦେଖାଦେଲେ ଅଣଦେଖା କରନ୍ତୁ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
