Love Affair Turns Fatal: ପ୍ରେମ ସମ୍ପର୍କ କଥା କହିବାରୁ ଝିଅକୁ ହତ୍ୟା, ନିର୍ବନ୍ଧର ଦିନକ ପୂର୍ବରୁ ବାପା ସାଜିଲା ହତ୍ୟାକାରୀ

Nov 26, 2026 - 15:17
Love Affair Turns Fatal: ପ୍ରେମ ସମ୍ପର୍କ କଥା କହିବାରୁ ଝିଅକୁ ହତ୍ୟା, ନିର୍ବନ୍ଧର ଦିନକ ପୂର୍ବରୁ ବାପା ସାଜିଲା ହତ୍ୟାକାରୀ

ପ୍ରେମ ସମ୍ପର୍କକୁ ନେଇ ଘରେ କହିବା ହେଲା କାଳ।

ନିଜ ପ୍ରେମ ସମ୍ପର୍କ ବିଷୟରେ ପରିବାରକୁ ଜଣାଇବା ପରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ନିଜ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାରୁ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି।

ଆଶ୍ଚର୍ଯ୍ୟର କଥା, ଯୁବତୀଙ୍କ ନିର୍ବନ୍ଧ ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଛି।

Advertisment ପୋଲିସର ସୂଚନା ଅନୁସାରେ, ମୃତ ଯୁବତୀଙ୍କ ନାଁ କଲ୍ୟାଣୀ।

ତାଙ୍କ ବାପା କୈଳାସ ଆଡେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

କଲ୍ୟାଣୀ ନିଜ ମାମୁଙ୍କ ପୁଅକୁ ଭଲ ପାଉଥିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ।

ନଭେମ୍ବର ୨୩ ତାରିଖ ସନ୍ଧ୍ୟାରେ ଏହି କଥାକୁ ନେଇ ଘରେ ଯୁକ୍ତିତର୍କ ହୋଇଥିଲା।

ଝିଅର ପ୍ରେମ ସମ୍ପର୍କ କଥା ଶୁଣି ବାପା ରାଗିଯାଇଥିବା ପୋଲିସ କହିଛି।

ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ପୋଲିସର ଅଭିଯୋଗ ଅନୁସାରେ, ନଭେମ୍ବର ୨୪ ତାରିଖରେ କୈଳାସ ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲା।

ଏହାପରେ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା।

ଝିଅର ବେକରେ ଏକ ଓଢ଼ଣୀ ବାନ୍ଧି ତାଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ହୋଇଥିବା ଦର୍ଶାଇବାକୁ ଚେଷ୍ଟା କରିଥିଲା।

Advertisment ଏପରିକି ଗାଁ ଲୋକ ଓ ପରିବାର ସଦସ୍ୟଙ୍କୁ କଲ୍ୟାଣୀ ନିଜ ପସନ୍ଦର ବରଙ୍କୁ ବିବାହ କରିବାକୁ ନପାଇ ଆତ୍ମହତ୍ୟା କରିଥିବା କହିଥିଲା।

ଅନ୍ୟପଟେ ନଭେମ୍ବର ୨୫ ତାରିଖରେ ନର୍ନୁର ଅଞ୍ଚଳର ଜଣେ ଯୁବକଙ୍କ ସହ କଲ୍ୟାଣୀଙ୍କ ନିର୍ବନ୍ଧ ସ୍ଥିର ହୋଇଥିଲା।

ଶେଷକୃତ୍ୟ ପରେ ବଢ଼ିଲା ସନ୍ଦେହ କଲ୍ୟାଣୀଙ୍କ ମୃତ୍ୟୁ ପରେ ପରିବାର ଲୋକ ଖୁବ୍ କମ୍ ସମୟ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ କରିଦେଇଥିଲେ।

ଏହାକୁ ନେଇ ସନ୍ଦେହ ବଢ଼ିବା ସହ ଗ୍ରାମବାସୀଙ୍କ ସୂଚନା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପଚରାଉଚରା ସମୟରେ କୈଳାସ ନିଜ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି।

ଏହି ଘଟଣାରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଯେଉଁ ବାପା ନିଜ ଝିଅର ସୁରକ୍ଷା କବଚ ହେବା କଥା, ସେହି ବାପା ହିଁ ହତ୍ୟାକାରୀ ସାଜିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)