Birth Certificate Denied For Newborn: ଭୋଟର ଲିଷ୍ଟରୁ ବାପାଙ୍କ ନାଁ ଗାଏବ, ଝିଅକୁ ମିଳୁନି ଜନ୍ମ ପ୍ରମାଣପତ୍ର

Nov 26, 2026 - 11:38
Birth Certificate Denied For Newborn: ଭୋଟର ଲିଷ୍ଟରୁ ବାପାଙ୍କ ନାଁ ଗାଏବ, ଝିଅକୁ ମିଳୁନି ଜନ୍ମ ପ୍ରମାଣପତ୍ର

ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ବାପାଙ୍କ ନାଁ କଟିଯିବାର ପ୍ରଭାବ ଏବେ ଜଣେ ନବଜାତ ଶିଶୁ ଉପରେ ପଡ଼ିଛି।

ଜନ୍ମ ହେବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଶିଶୁଟିକୁ ଏପର୍ଯ୍ୟନ୍ତ ଜନ୍ମ ପ୍ରମାଣପତ୍ର ମିଳିପାରିନାହିଁ।

ପଶ୍ଚିମବଙ୍ଗର କୋଚବିହାର ଜିଲ୍ଲାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଅବଦୁଲ ହବିବ ଓ ଆମିନା ଖାତୁନଙ୍କ ଝିଅ ସେପ୍ଟେମ୍ବର ୮ ତାରିଖରେ ଦିନହାଟାର ଏକ ସରକାରୀ ହସ୍ପିଟାଲରେ ଜନ୍ମ ହୋଇଥିଲା।

କିନ୍ତୁ ଜନ୍ମର ଦୁଇ ମାସରୁ ଅଧିକ ସମୟ ପରେ ମଧ୍ୟ ପରିବାରକୁ ଶିଶୁର ଜନ୍ମ ପ୍ରମାଣପତ୍ର ମିଳିନାହିଁ।

Advertisment ଶିଶୁର ବାପା ଅବଦୁଲ ହବିବଙ୍କ ଅଭିଯୋଗ ଅନୁଯାୟୀ, ଜନ୍ମ ପ୍ରମାଣପତ୍ର ପାଇଁ ଆବଶ୍ୟକ ଆବାସିକ ପ୍ରମାଣପତ୍ର ତାଙ୍କୁ ମିଳୁନାହିଁ।

ସେ ଏଥିପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ।

କିନ୍ତୁ ଚାଲିଥିବା ଏସଆଇଆର ପ୍ରକ୍ରିୟାରେ ଭୋଟର ତାଲିକାରୁ ତାଙ୍କ ନାଁ କଟିଯାଇଥିବାରୁ ଅଧିକାରୀମାନେ ଆବାସିକ ପ୍ରମାଣପତ୍ର ଦେଉନଥିବା ସେ ଅଭିଯୋଗ କରିଛନ୍ତି।

ଏହାସହ ସ୍ଥାନୀୟ ପଞ୍ଚାୟତରେ ବର୍ତ୍ତମାନ ସରପଞ୍ଚ ନଥିବାରୁ ସମସ୍ୟା ଆହୁରି ବଢ଼ିଛି।

ଏହି ସମସ୍ୟାର ସମାଧାନ ପାଇଁ ତାଙ୍କୁ ସ୍ଥାନୀୟ ବିଧାୟକଙ୍କ ପାଖକୁ ଯିବାକୁ ପରାମର୍ଶ ଦିଆଯାଇଥିଲା।

ହେଲେ ବାରମ୍ବାର ସରକାରୀ କାର୍ଯ୍ୟାଳୟ ଦୌଡ଼ିବା ପରେ ମଧ୍ୟ କୌଣସି ସମାଧାନ ହୋଇନାହିଁ ବୋଲି ହବିବ କହିଛନ୍ତି।

Advertisment ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଭୋଟର ତାଲିକାରେ ତାଙ୍କ ନାଁ ନଥିବାରୁ ନବଜାତ ଝିଅର ଜନ୍ମ ପଞ୍ଜୀକରଣ କାହିଁକି ଅଟକିବ?

ତାଙ୍କ ପତ୍ନୀଙ୍କ ନାଁ ଏବେ ବି ଭୋଟର ତାଲିକାରେ ରହିଛି।

ଏହାସହ ପରିବାର ପାଖରେ ଉଭୟ ବାପା ଓ ମାଆଙ୍କ ଜନ୍ମ ପ୍ରମାଣପତ୍ର ଏବଂ ୨୦୦୨ ମସିହାର ଭୋଟର ତାଲିକାରେ ତାଙ୍କ ବାପାଙ୍କ ନାଁ ଥିବା ଡକ୍ୟୁମେଣ୍ଟ ମଧ୍ୟ ରହିଛି।

ଏହି ଘଟଣାକୁ ନେଇ ଏବେ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଛି।

ବିଜେପି, କଂଗ୍ରେସ ଓ ତୃଣମୂଳ କଂଗ୍ରେସର ନେତାମାନେ ଏହାକୁ ନେଇ ନିଜ ନିଜର ମତ ରଖିଛନ୍ତି।

କୋଚବିହାର ଜିଲ୍ଲା ବିଜେପି ସଭାପତି ଅଭିଜିତ ବର୍ମନ କହିଛନ୍ତି ଯେ, ଅବଦୁଲ ହବିବ ଭୋଟର ତାଲିକାରୁ ନାଁ କଟିବା ବିରୋଧରେ ଟ୍ରିବ୍ୟୁନାଲରେ ଆବେଦନ କରିବା ଉଚିତ।

ଯଦି ସେ ପ୍ରକୃତ ଭୋଟର ହୋଇଥାନ୍ତି, ତେବେ ତାଙ୍କ ନାଁ ପୁଣି ତାଲିକାରେ ସାମିଲ ହେବ।

ନିୟମ ଅନୁଯାୟୀ ଶିଶୁକୁ ଜନ୍ମ ପ୍ରମାଣପତ୍ର ମିଳିବ ବୋଲି ସେ କହିଛନ୍ତି।

ଅନ୍ୟପଟେ, କୋଚବିହାର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ସରକାର ଏସଆଇଆର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ପ୍ରକ୍ରିୟାରେ ଅନେକ ପ୍ରକୃତ ଭୋଟରଙ୍କ ନାଁ କଟିଯାଇଛି।

ଫଳରେ ସେମାନଙ୍କ ପରିବାରର ପିଲାମାନେ ମଧ୍ୟ ଜନ୍ମ ପ୍ରମାଣପତ୍ର ଭଳି ଜରୁରୀ ଡକ୍ୟୁମେଣ୍ଟ ପାଇବାରେ ସମସ୍ୟା ଭୋଗୁଛନ୍ତି।

ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଛନ୍ତି।

ସେହିପରି ତୃଣମୂଳ କଂଗ୍ରେସ ବିଧାୟକ କୁନାଲ ଘୋଷ ମଧ୍ୟ ଘଟଣାକୁ ଗମ୍ଭୀର ବୋଲି କହିଛନ୍ତି।

ଜଣେ ନବଜାତ ଶିଶୁର ଜନ୍ମ ପଞ୍ଜୀକରଣରେ ସମସ୍ୟା ହେବା ଉଚିତ ନୁହେଁ।

ଏହି ମାମଲାକୁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ବାପାଙ୍କ ଡକ୍ୟୁମେଣ୍ଟରେ କୌଣସି ତ୍ରୁଟି ଥିଲେ ତାହାର ଯାଞ୍ଚ କରାଯାଉ, କିନ୍ତୁ ଏହାର ପ୍ରଭାବ ନବଜାତ ଶିଶୁର ଜନ୍ମ ପଞ୍ଜୀକରଣ ଉପରେ ପଡ଼ିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)