Gold Loan: ଭାରତରେ ସୁନା ବନ୍ଧା ରଖି ଋଣ ନେବା ସଂଖ୍ୟା ବଢ଼ିଲା
ନୂଆଦିଲ୍ଲୀ: ଦେଶରେ ଆବଶ୍ୟକତା କିମ୍ବା ବ୍ୟାବସାୟିକ ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାରେ ସୁନା ବନ୍ଧକ ରଖି ଋଣ ନେଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ଏକ ନୂତନ ରିପୋର୍ଟ ଅନୁଯାୟୀ, ଭାରତର ଗୋଲ୍ଡ ଲୋନ୍ ବା ସୁନା ଋଣ ବଜାରରେ ଅଭୂତପୂର୍ବ ବୃଦ୍ଧି ଦେଖିବାକୁ ମିଳିଛି।
ସେପ୍ଟେମ୍ବର ୨୦୨୬ ଶେଷ ସୁଦ୍ଧା ଦେଶରେ ମୋଟ ଗୋଲ୍ଡ ଲୋନ୍ ବାକି ପରିମାଣ ବାର୍ଷିକ ଭିତ୍ତିରେ ୬୦.୬ ପ୍ରତିଶତ ବୃଦ୍ଧି ପାଇ ୨୩.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ମିଳିଥିବା ସୂଚନା ମୁତାବକ, ସେପ୍ଟେମ୍ବର ୨୦୨୪ରେ ଦେଶରେ ମୋଟ ସୁନା ଋଣ ପରିମାଣ ୧୦.୭ ଲକ୍ଷ କୋଟି ଟଙ୍କା ଥିଲା, ଯାହା ମାତ୍ର ଦୁଇ ବର୍ଷ ମଧ୍ୟରେ ବୃଦ୍ଧି ପାଇ ୨୩.୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।
Advertisment ସେହିପରି, ଦେଶରେ ସକ୍ରିୟ ଋଣ ଆକାଉଣ୍ଟଗୁଡ଼ିକ ୧୪ ପ୍ରତିଶତ ବୃଦ୍ଧି ପାଇ ୧୦.୨ କୋଟିରେ ପହଞ୍ଚିଛି।
ରିପୋର୍ଟ ମୁତାବକ, ଲୋନ୍ ନେଉଥିବା ଲୋକଙ୍କ ସଂଖ୍ୟା ତୁଳନାରେ ହାରାହାରି ଋଣ ପରିମାଣ ବହୁତ ବଢ଼ିଛି।
୫ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର ଗୋଲ୍ଡ ଲୋନ୍ ନେଉଥିବା ଲୋକଙ୍କ ଅଂଶ ବୃଦ୍ଧି ପାଇଛି।
ସେହିପରି କେବଳ ବଡ଼ ବଡ଼ ସହର ନୁହେଁ, ବରଂ ଟାୟାର-୩ ଏବଂ ଏହାଠାରୁ ଛୋଟ ସହରଗୁଡ଼ିକରେ ଗୋଲ୍ଡ ଲୋନ୍ ନେବା ପ୍ରବୃତ୍ତି ବଢ଼ିବାରେ ଲାଗିଛି।
ଆହୁରି ପଢନ୍ତୁ: Consumer Federation ଟାଟା ପାୱାର ଓ ଶକ୍ତି ସଚିବଙ୍କ ବିରୁଦ୍ଧରେ ଏତଲା ଦେବ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଏହି କ୍ଷେତ୍ରରେ ମହିଳା ଋଣଗ୍ରହୀତା ଏବଂ ପ୍ରଥମ କରି ଋଣ ନେଉଥିବା ବ୍ୟକ୍ତିମାନଙ୍କ ଭାଗିଦାରୀ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।
ଗୋଲ୍ଡ ଲୋନ୍ ବଜାରରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ପ୍ରଭାବ ଏବେ ବି ସର୍ବାଧିକ ରହିଛି ଏବଂ ମୋଟ ଋଣର ୭୦ ପ୍ରତିଶତରୁ ଅଧିକ ଏହି ଅଞ୍ଚଳରୁ ଆସୁଛି।
ଏହି ତାଲିକାରେ ତାମିଲନାଡୁ (୬.୯ ଲକ୍ଷ କୋଟି ଟଙ୍କା) ସବୁଠାରୁ ଆଗରେ ରହିଥିବାବେଳେ ଆନ୍ଧ୍ରପ୍ରଦେଶ (୩.୭ ଲକ୍ଷ କୋଟି ଟଙ୍କା), କର୍ଣ୍ଣାଟକ (୨.୪ ଲକ୍ଷ କୋଟି ଟଙ୍କା), ତେଲେଙ୍ଗାନା (୨.୧ ଲକ୍ଷ କୋଟି ଟଙ୍କା) ଏବଂ କେରଳ (୧.୭ ଲକ୍ଷ କୋଟି ଟଙ୍କା) ପଛକୁ ରହିଛନ୍ତି।
ଅର୍ଥନୈତିକ ବିଶ୍ଳେଷକଙ୍କ ମତରେ, ଜରୁରୀ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ସୁନାକୁ ସବୁଠାରୁ ନିରାପଦ ଏବଂ ଶୀଘ୍ର ଟଙ୍କା ମିଳିବାର ମାଧ୍ୟମ ଭାବେ ଗ୍ରହଣ କରାଯାଉଥିବାରୁ ଦେଶରେ ଏହି ବଜାର ଦିନକୁ ଦିନ ଅଧିକ ମଜଭୁତ ହେବାରେ ଲାଗିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
