BJP-Akali Alliance In Punjab: ପଞ୍ଜାବ ବିଧାନସଭା ନିର୍ବାଚନ: ମେଣ୍ଟ ପାଇଁ ବିକଳ୍ପ ସନ୍ଧାନରେ କଂଗ୍ରେସ

Nov 25, 2026 - 18:13
BJP-Akali Alliance In Punjab: ପଞ୍ଜାବ ବିଧାନସଭା ନିର୍ବାଚନ: ମେଣ୍ଟ ପାଇଁ ବିକଳ୍ପ ସନ୍ଧାନରେ କଂଗ୍ରେସ

ଚଣ୍ଡିଗଡ଼: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ ଘୋଷଣା କରିଥିଲେ।

ଏହି ରାଜନୈତିକ ଘଟଣା ପରେ ବୁଧବାର ପଞ୍ଜାବରେ କଂଗ୍ରେସ ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହିତ ଏକ ସମ୍ଭାବ୍ୟ ନିର୍ବାଚନୀ ମେଣ୍ଟ ପାଇଁ ଏହା ନିଜର ବିକଳ୍ପଗୁଡ଼ିକୁ ଖୋଲା ରଖିଥିବାର ସଙ୍କେତ ଦେଇଛି।

Advertisment ଦଳ ଯୁବ ନେତାମାନଙ୍କୁ ସୁଯୋଗ ଦେବ ରାଜ୍ୟ କଂଗ୍ରେସ ସଭାପତି ପର୍ଗତ ସିଂହ ଆଜି କହିଛନ୍ତି, ରାଜ୍ୟର ଅନ୍ୟ ଦଳଗୁଡ଼ିକ ସହିତ ମେଣ୍ଟ ସମେତ କୌଣସି ବିଷୟକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ଯେକୌଣସି ମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ଉପରେ ନିର୍ଭର କରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସମେତ ଇଣ୍ଡି ମେଣ୍ଟର ଅଂଶୀଦାର ଦଳମାନଙ୍କ ସହିତ ମେଣ୍ଟ ପାଇଁ ବିକଳ୍ପ ଦେଖିପାରେ।

ଦଳ ସମସ୍ତ ଆସନରେ ପୂର୍ଣ୍ଣ ଶକ୍ତି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓ ପରବର୍ତ୍ତୀ ସରକାର ଗଠନ କରିବାକୁ ପ୍ରସ୍ତୁତ।

ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଦଳ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେବ, ବିଶେଷକରି ଯେଉଁମାନଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଓ ନିର୍ବାଚନ ଜିତିବାର କ୍ଷମତା ଅଛି।

କଂଗ୍ରେସ ପ୍ରାର୍ଥୀଙ୍କ ଚୟନ ରଣନୀତି ଉପରେ ସିଂହ କହିଛନ୍ତି ଯେ, ଦଳ ଯୁବ ନେତାମାନଙ୍କୁ ସୁଯୋଗ ଦେବ, ବିଶେଷକରି ଯେଉଁମାନଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଓ ନିର୍ବାଚନ ଜିତିବାର କ୍ଷମତା ଅଛି ସେମାନଙ୍କୁ ଟିକେଟ୍‌ ଦେଇପାରେ।

ବ୍ୟାଟ୍‌ ପାଖକୁ ବଲ୍‌ ଆସୁଥିଲା, ନିଜର ଶକ୍ତି ଉପରେ ଭରସା ଥିଲା: ବୈଭବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)