RSS chief Bhagwat: ଭାରତ ପ୍ରଗତି କରୁବୋଲି ବିଶ୍ୱର କୌଣସି ଶକ୍ତି ଚାହୁଁନାହାନ୍ତି: ମୋହନ ଭାଗବତ
ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ( ଆରଏସଏସ ) ମୁଖ୍ୟ ମୋହନ ଭାଗବତ ବୁଧବାର କହିଛନ୍ତି ଯେ, ବିଶ୍ୱର କୌଣସି ଶକ୍ତି ଭାରତର ପ୍ରଗତି ହେଉ ବୋଲି ଚାହୁଁନାହାନ୍ତି।
ବିଶ୍ୱ ଶକ୍ତିମାନେ ସେମାନଙ୍କର ପ୍ରାଧାନ୍ୟ ବଜାୟ ରଖିବାକୁ ଏବଂ ଅନ୍ୟ ଦେଶଗୁଡ଼ିକୁ ଚାପରେ ରଖିବାକୁ ଚାହାଁନ୍ତି।
ଯାହା ପାଖରେ କ୍ଷମତା ଶକ୍ତି ଥାଏ, ସେ ହିଁ ବିଜୟୀ ନୀତି ବିଶ୍ୱ ସ୍ତରରେ ପ୍ରଯୁଜ୍ୟ।
ବିଶ୍ୱର କ୍ଷମତାଶାଳୀ ଶକ୍ତିମାନେ ସେମାନଙ୍କର ଶକ୍ତି ଏବଂ ପ୍ରଭୁତ୍ୱ ବଜାୟ ରଖିବାକୁ ଚାହାଁନ୍ତି।
ସେମାନେ ଭାବନ୍ତି ଯେ, ଯଦି ଭାରତ ପ୍ରଗତି କରିବ ତେବେ ସେମାନଙ୍କର ଦୋକାନ ବନ୍ଦ ହୋଇଯିବ, କାରଣ ଭାରତ ସମସ୍ତଙ୍କୁ ସାହାଯ୍ୟ କରିବାରେ ବିଶ୍ୱାସ କରେ।
ଭାରତ ସେହି ପଡ଼ୋଶୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରେ ଯେଉଁମାନେ ତାକୁ ଘୃଣା କରନ୍ତି।
ଭାଗବତ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ପଞ୍ଚମ ପଦ୍ମ ମହୋତ୍ସବର ଉଦଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ଏଭଳି କହିଛନ୍ତି।
Advertisment ଦେଶର ଯୁବ ପିଢ଼ିଙ୍କ ମାନସିକତା ବିଷୟରେ ମଧ୍ୟ କହିଛନ୍ତି ଯେ, ଆଜିର ଯୁବପିଢ଼ି ଦାସତ୍ୱର ପ୍ରଭାବରୁ ମୁକ୍ତ।
ଯଦି କେହି ସଚ୍ଚୋଟ ଭାବରେ କଥା କୁହନ୍ତି, ତେବେ ଯୁବବର୍ଗମାନେ ତାଙ୍କ ସହିତ ଠିଆ ହେବାକୁ ପ୍ରସ୍ତୁତ।
ଭାଗବତଙ୍କ ଅନୁସାରେ, ଯୁବବର୍ଗମାନେ ମିଛକୁ ସହ୍ୟ କରନ୍ତି ନାହିଁ ଏବଂ ନିଜ ଦେଶକୁ ମହାନ କରିବାକୁ ଚାହାଁନ୍ତି।
ଅର୍ଣ୍ଣବ ବାତ୍ୟାରେ ଧୋଇଯାଇଥିଲା ରାସ୍ତା, ହେଲାନି ମରାମତି, ନେଇଗଲା ଜୀବନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
