Pandara Riverfront Project ଭୁବନେଶ୍ବରରେ ନିର୍ମାଣ ହେବ ୮୦ କୋଟି ଟଙ୍କାର ପାଣ୍ଡରା ରିଭରଫ୍ରଣ୍ଟ ପ୍ରକଳ୍ପ
ଭୁବନେଶ୍ୱର: ରାଜ୍ୟର ନଦୀଭିତ୍ତିକ ପର୍ଯ୍ୟଟନର ବିକାଶ ଓ ନାଗରିକଙ୍କ ପାଇଁ ଉନ୍ନତ ଜନସ୍ଥାନ ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱର ନିକଟସ୍ଥ ପାଣ୍ଡରାଠାରେ ୮୦ କୋଟି ଟଙ୍କା ବ୍ୟୟରେ ରିଭରଫ୍ରଣ୍ଟ ପ୍ରକଳ୍ପ ବିକଶିତ ହେବ।
ଏହି ପ୍ରକଳ୍ପ ମାଧ୍ୟମରେ କୁଆଖାଇ ଓ କୁଶଭଦ୍ରା ନଦୀ ମଧ୍ୟରେ ଥିବା ପ୍ରାକୃତିକ ଦ୍ୱୀପକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ, ସାଂସ୍କୃତିକ ଓ ମନୋରଞ୍ଜନସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି।
Advertisment Odisha Reviews Water Resources Projects ରାଜ୍ୟର ୬ଟି ପ୍ରମୁଖ ଜଳ ସମ୍ପଦ ପ୍ରକଳ୍ପର ସମୀକ୍ଷା, ଗଙ୍ଗୁଆ ନଦୀର ପୁନରୁଦ୍ଧାରକୁ ଗୁରୁତ୍ବ ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କ ୨,୨୪୦ କୋଟି ଟଙ୍କାର ମହାନଦୀ ରିଭରଫ୍ରଣ୍ଟ ବିକାଶ ଯୋଜନାର ଏକ ଅଂଶ।
ଏହି ଯୋଜନା ମାଧ୍ୟମରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ପର୍ଯ୍ୟଟନ, ପରିବେଶ ଓ ଆର୍ଥିକ ସମ୍ଭାବନାର ଉପଯୋଗ କରାଯିବ।
ପ୍ରକଳ୍ପର ମୁଖ୍ୟ ଆକର୍ଷଣ ଭାବେ ୧.୫ କିଲୋମିଟର ଦୀର୍ଘ ନଦୀତଟ ପଦଚଲା ପଥ, ଘାଟ, ଭାସମାନ ଜେଟି, ସୁସଜ୍ଜିତ ଜନସ୍ଥାନ, ଦର୍ଶନୀୟ ସ୍ଥାନ ଏବଂ ସାଇକେଲ ଓ ପଦଯାତ୍ରା ପଥ ନିର୍ମାଣ କରାଯିବ।
ଏଥିସହ ଦୁଇ କିଲୋମିଟରରୁ ଅଧିକ ଦୀର୍ଘ ଉଚ୍ଚତା ବିଶିଷ୍ଟ ଟ୍ରି-ୱାକ୍ ନିର୍ମାଣ କରାଯାଇ ପର୍ଯ୍ୟଟକଙ୍କୁ ନଦୀ ଓ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ଦିଆଯିବ।
Water Resources Department: ଅନ୍ତର୍ଜାତୀୟ ଜଳ ସପ୍ତାହରେ ଜଳସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ଏଠାରେ ମୁକ୍ତାକାଶ ରଙ୍ଗମଞ୍ଚ, ଥିମ୍ ଗାର୍ଡେନ୍, ପିକନିକ୍ ସ୍ଥଳ, ସାହସିକ କ୍ରୀଡ଼ା କ୍ଷେତ୍ର, ଯୋଗ କେନ୍ଦ୍ର, ଫୁଡ୍ କୋର୍ଟ ଓ ମନୋରଞ୍ଜନ ସ୍ଥାନ ବିକଶିତ ହେବ।
ଏଥିସହ ଓଡ଼ିଶା ହାଟ ଓ ହେରିଟେଜ୍ ଭିଲେଜ୍ ପ୍ରତିଷ୍ଠା କରାଯାଇ ସ୍ଥାନୀୟ କାରିଗର, ହସ୍ତଶିଳ୍ପୀ ଓ ଲୋକକଳାକାରଙ୍କୁ ସେମାନଙ୍କ କଳା ଓ ପରମ୍ପରା ପ୍ରଦର୍ଶନ ପାଇଁ ସୁଯୋଗ ମିଳିବ।
Water: ନୂଆଦିଲ୍ଲୀରେ ଓଡ଼ିଶାର ସମନ୍ୱିତ ଜଳ ସମ୍ପଦ ପରିଚାଳନା ମଡେଲ୍ ପ୍ରଦର୍ଶିତ ପ୍ରକଳ୍ପରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏଥିପାଇଁ ଦେଶୀୟ ବୃକ୍ଷରୋପଣ, ମିୟାୱାକି ଜଙ୍ଗଲ, ପ୍ରଜାପତି ଉଦ୍ୟାନ, ପ୍ରାକୃତିକ ଉଦ୍ଭିଦ କ୍ଷେତ୍ର ଓ ପ୍ରକୃତି ପଦଯାତ୍ରା ପଥ ବିକଶିତ କରାଯିବ।
ମୋଟ ଅନୁମୋଦିତ ପ୍ରକଳ୍ପ ବ୍ୟୟରୁ ୫୪ କୋଟି ଟଙ୍କା ନଦୀଘାଟ ନିର୍ମାଣ ଓ ନଦୀବନ୍ଧ ସୁରକ୍ଷା କାର୍ଯ୍ୟ ପାଇଁ ବ୍ୟୟବରାଦ କରାଯାଇଛି।
ଏହା ବ୍ୟତୀତ ସେତୁ, ଆଭ୍ୟନ୍ତରୀଣ ରାସ୍ତା, ପାର୍କିଂ, ସୌର ଆଲୋକୀକରଣ, ସିସିଟିଭି, ଇଭି ଚାର୍ଜିଂ ସୁବିଧା ଓ ଅନ୍ୟାନ୍ୟ ପର୍ଯ୍ୟଟକ ସୁବିଧା ବିକଶିତ ହେବ।
ଇଞ୍ଜିନିୟରିଂ, ପ୍ରକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକସନ୍ (ଇପିସି) ମୋଡ୍ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ନିର୍ମାଣ କାର୍ଯ୍ୟ ପାଇଁ ୨୪ ମାସ ଏବଂ ପରବର୍ତ୍ତୀ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ବ୍ୟବସ୍ଥା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
