Consumer Federation ଟାଟା ପାୱାର ଓ ଶକ୍ତି ସଚିବଙ୍କ ବିରୁଦ୍ଧରେ ଏତଲା ଦେବ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ
ଭୁବନେଶ୍ବର: ରାଜ୍ୟରେ ଟାଟା ପାୱାର ଉପଭୋକ୍ତା ଓ କର୍ମଚାରୀ ଶୋଷଣ ନୀତି ଅବଲମ୍ବନ କରୁଛି ବୋଲି ଟାଟା ପାୱାର ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି।
କମ୍ପାନୀ ବିରୋଧରେ ଏକ ସର୍ବଦଳୀୟ ବୈଠକ ଡାକିବା ସହ ରାଜ୍ୟ ସରକାରଙ୍କ ଦୋଷୀ ଅଧିକାରୀଙ୍କ ବିରୋଧରେ ଏତଲା ଦେବ ବୋଲି ଆଜି (ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର କର୍ମକର୍ତ୍ତାମାନେ ଘୋଷଣା କରିଛନ୍ତି।
ଏହାସହ କମ୍ପାନୀର ଠିକା କର୍ମଚାରୀମାନେ ନିଜର ନ୍ୟାଯ୍ୟ ଦାବିକୁ ମହାସଂଘ ସମର୍ଥନ ଜଣାଇଛି।
Advertisment Electric: ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୨୦୦ କୋଟି ଟଙ୍କା ବୋଝ ବୁଦ୍ଧ ମନ୍ଦିର ଠାରେ ଉପଭୋକ୍ତା ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏଥିରେ ଉପଭୋକ୍ତା ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ପ୍ରସନ୍ନ ବୋଷୋୟୀ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର, ସୂଚନା ଅଧିକାର କର୍ମୀ ଲଲାଟେନ୍ଦୁ ଦୀକ୍ଷିତ, ପ୍ରଶାନ୍ତ ମିଶ୍ର ଓ ରବୀନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Unconditional sympathy SLDC: କମ୍ପାନିକୁ ଅହେତୁକ ଅନୁକମ୍ପା: ୧୭୨୮ କୋଟି ଛାଡ଼, ଶୋଷଣ ଯନ୍ତାରେ ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ରାତି ଅଧିଆ ଟାଟା ପାୱାରକୁ ବେଆଇନ ଭାବେ ବିନା ଜନ ଶୁଣାଣି କି କ୍ୟାବିନେଟ ନିଷ୍ପତ୍ତି କିମ୍ବା ସରକାରୀ ଗ୍ୟାଜେଟ ନୋଟିଫିକେସନରେ ଚାରୋଟି ଯାକ ଡିସ୍କମକୁ ବିଦ୍ୟୁତ ବିତରଣ ଦାୟିତ୍ୱ ଦିଆଯାଇଛି।
ଟାଟା ପାୱାର ହଜାର ହଜାର କୋଟି ଟଙ୍କାର ଟଙ୍କାର ଦୁର୍ନୀତିକୁ ସରକାର କୌଣସି ତଦାରଖ କରୁନାହିଁ।
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଜ୍ଞାନଙ୍କ ନୂଆ ଆପ୍ : ପ୍ରସ୍ତୁତ କଲେ ବିଦ୍ୟୁତ୍ ବଣ୍ଟନ ମାନଚିତ୍ର, ସହଜ ଓ ସୁବିଧାରେ ଉପଲବ୍ଧ ହୋଇପାରିବ ବିଦ୍ୟୁତ୍ ସେବା ଠିକା କର୍ମଚାରୀଙ୍କ ଦାବିକୁ ସମର୍ଥନ ଜଣାଇ ମହାସଂଘ କହିଛି, ଭେସ୍ଟିଙ୍ଗ ଅର୍ଡରରେ ତତ୍କାଳୀନ ଶକ୍ତି ସଚିବ ନିକୁଞ୍ଜ ଧଳ ସରକାରଙ୍କ ବିନା ନିଷ୍ପତ୍ତିରେ ଅର୍ଥାତ ବିନା କ୍ୟାବିନେଟ ନିଷ୍ପତ୍ତି ଏବଂ ଗ୍ୟାଜେଟ ନୋଟିଫିକେଶନ ନକରି ତତ୍କାଳୀନ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ ୪୦ ହଜାର କର୍ମଚାରୀଙ୍କ କଥା କିଛି ବିଚାର ନକରି ତାଙ୍କ ନ୍ୟାଯ୍ୟ ଅଧିକାରର ରାସ୍ତା ବନ୍ଦ କରିଦେଲେ l ଫଳରେ ଟାଟା ପାୱାର କୌଣସି ରେଗୁଲାର ସଂlକ୍ସନ ପୋଷ୍ଟ ପୂରଣ କଲେ ନାହିଁ l ଏଣୁ ନିକୁଞ୍ଜ ଧଳଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ମହାସଂଘ କହିଛି।
ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷୁଛି ଟାଟା ପାୱାର: କଂଗ୍ରେସ ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଉପଭୋକ୍ତା ମହାସଂଘ ସିଏଜି ଅଡିଟ ପାଇଁ ନିବେଦନ କରିଥିଲ l ସମସ୍ତ ଟଙ୍କାର ସିଏଜି ଅଡିଟ ପାଇଁ ଓଇଆରସି ଅଧ୍ୟକ୍ଷ ପ୍ରଦୀପ ଜେନା ରାଜ୍ୟ ସରକାରଙ୍କ ଶକ୍ତି ସଚିବଙ୍କ ଉପସ୍ଥିତରେ ଆଲୋଚନା କରି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ l ବିଧାନସଭା ଶକ୍ତି ସଂକ୍ରାନ୍ତୀୟ ଷ୍ଟାଣ୍ଡିଙ୍ଗ କମିଟି ସିଏଜି ଅଡିଟ ପାଇଁ ପରାମର୍ଶ ଦେଇଥିଲେ।
ଶକ୍ତିମନ୍ତ୍ରୀ ମଧ୍ୟ ଏ ସଂକ୍ରାନ୍ତରେ ପଦକ୍ଷେପ ନେଇଛନ୍ତି ବୋଲି ବିଧାନସଭାରେ ଉତ୍ତର ଦେଇଛନ୍ତି l କିନ୍ତୁ ସିଏଜି ଅଡିଟ ଏପର୍ଯ୍ୟନ୍ତ ହୋଇନାହିଁ।
ଏନେଇ ମହାସଂଘ ଏକ ସର୍ବଦଳୀୟ ବୈଠକ ଡାକିବ ବୋଲି କହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
