Military Helicopter Crash: ପ୍ରଶିକ୍ଷଣ ବେଳେ ଖସିପଡ଼ିଲା ହେଲିକପ୍ଟର: ୫ ଯବାନ ମୃତ

Nov 25, 2026 - 14:57
Military Helicopter Crash: ପ୍ରଶିକ୍ଷଣ ବେଳେ ଖସିପଡ଼ିଲା ହେଲିକପ୍ଟର: ୫ ଯବାନ ମୃତ

ଆଙ୍କାରା: ତୁର୍କୀରେ ପୁଣିଥରେ ଏକ ବଡ଼ ଧରଣର ସାମରିକ ହେଲିକପ୍ଟର ଦୁର୍ଘଟଣା ଘଟିଛି।

ମଙ୍ଗଳବାର ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୫ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି।

ମାତ୍ର ୧୨ ଦିନ ପୂର୍ବରୁ ଘଟିଥିବା ଅନ୍ୟ ଏକ ଅନୁରୂପ ଦୁର୍ଘଟଣାରେ ୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ପୁଣି ଏକ ଅଘଟଣ ତୁର୍କୀ ସେନା ପାଇଁ ଗଭୀର ଚିନ୍ତାର କାରଣ ପାଲଟିଛି।

Advertisment ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବାୟୁସେନାର ଏକ ଫ୍ରାନ୍ସ ନିର୍ମିତ 'ଏଏସ୍-୫୩୨ କୁଗାର' ସୈନ୍ୟ ପରିବହନକାରୀ ହେଲିକପ୍ଟର ପ୍ରଶିକ୍ଷଣ ଅଭିଯାନରେ ଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ପାଞ୍ଚଜଣ ବୀର ସହକର୍ମୀ ପ୍ରାଣ ହରାଇଛନ୍ତି।

ଇସ୍ତାନବୁଲ ଏବଂ ଆଙ୍କାରା ମଧ୍ୟବର୍ତ୍ତୀ ଏସ୍କିସେହିର ସ୍ଥିତ ଏକ ବାୟୁସେନା ଘାଟିରୁ ଏହି ହେଲିକପ୍ଟରଟି ଉଡ଼ାଣ ଭରିଥିଲା।

ସ୍ଥାନୀୟ ଟେଲିଭିଜନରେ ପ୍ରସାରିତ ଦୃଶ୍ୟରେ ତେପେବାସୀ ଜିଲ୍ଲା ନିକଟସ୍ଥ ଏକ ବିସ୍ତୀର୍ଣ୍ଣ ଖୋଲା ପଡ଼ିଆରେ ଜରୁରୀକାଳୀନ ଉଦ୍ଧାରକାରୀ ଯାନଗୁଡ଼ିକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଗତ ନଭେମ୍ବର ୧୨ ତାରିଖରେ ପୂର୍ବ ତୁର୍କୀରେ ଏକ 'ଏସ୍-୭୦' ହେଲିକପ୍ଟର ଅଜଣା କାରଣରୁ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାରିଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା, ଯାହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଆଙ୍କାରା,୨୫/୧୧: ତୁର୍କୀରେ ପୁଣିଥରେ ଏକ ବଡ଼ ଧରଣର ସାମରିକ ହେଲିକପ୍ଟର ଦୁର୍ଘଟଣା ଘଟିଛି।

ମଙ୍ଗଳବାର ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୫ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି।

ମାତ୍ର ୧୨ ଦିନ ପୂର୍ବରୁ ଘଟିଥିବା ଅନ୍ୟ ଏକ ଅନୁରୂପ ଦୁର୍ଘଟଣାରେ ୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ପୁଣି ଏକ ଅଘଟଣ ତୁର୍କୀ ସେନା ପାଇଁ ଗଭୀର ଚିନ୍ତାର କାରଣ ପାଲଟିଛି।

ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବାୟୁସେନାର ଏକ ଫ୍ରାନ୍ସ ନିର୍ମିତ 'ଏଏସ୍-୫୩୨ କୁଗାର' ସୈନ୍ୟ ପରିବହନକାରୀ ହେଲିକପ୍ଟର ପ୍ରଶିକ୍ଷଣ ଅଭିଯାନରେ ଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ପାଞ୍ଚଜଣ ବୀର ସହକର୍ମୀ ପ୍ରାଣ ହରାଇଛନ୍ତି।

ଇସ୍ତାନବୁଲ ଏବଂ ଆଙ୍କାରା ମଧ୍ୟବର୍ତ୍ତୀ ଏସ୍କିସେହିର ସ୍ଥିତ ଏକ ବାୟୁସେନା ଘାଟିରୁ ଏହି ହେଲିକପ୍ଟରଟି ଉଡ଼ାଣ ଭରିଥିଲା।

ସ୍ଥାନୀୟ ଟେଲିଭିଜନରେ ପ୍ରସାରିତ ଦୃଶ୍ୟରେ ତେପେବାସୀ ଜିଲ୍ଲା ନିକଟସ୍ଥ ଏକ ବିସ୍ତୀର୍ଣ୍ଣ ଖୋଲା ପଡ଼ିଆରେ ଜରୁରୀକାଳୀନ ଉଦ୍ଧାରକାରୀ ଯାନଗୁଡ଼ିକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଗତ ନଭେମ୍ବର ୧୨ ତାରିଖରେ ପୂର୍ବ ତୁର୍କୀରେ ଏକ 'ଏସ୍-୭୦' ହେଲିକପ୍ଟର ଅଜଣା କାରଣରୁ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାରିଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା, ଯାହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ଦିଆଯାଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)