ଶ୍ରଦ୍ଧାଞ୍ଜଳି: ଅକ୍ଷୟଙ୍କ ସହ ହାଟ୍ରିକ୍, ସ୍ବରୂପଙ୍କ ସହ ଥରେ

Sep 01, 2026 - 07:49
ଶ୍ରଦ୍ଧାଞ୍ଜଳି: ଅକ୍ଷୟଙ୍କ ସହ ହାଟ୍ରିକ୍, ସ୍ବରୂପଙ୍କ ସହ ଥରେ

"ଦିବଂଗତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ବାଳକୃଷ୍ଣ ଦାଶ ଓ ଭୁବନେଶ୍ବର ମିଶ୍ରଙ୍କ ସମେତ ତାଙ୍କ ସମୟର ଅଧିକାଂଶ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସ୍ବର ସଂଯୋଜନାରେ କଣ୍ଠଦାନ କରିଛନ୍ତି।

ନିଜ ଜୀବଦ୍ଦଶାରେ ଯଦିଓ ସେ ଶତାଧିକ ଓଡ଼ିଆ ସିନେମାରେ କଣ୍ଠଦାନ କରିଛନ୍ତି, ସେ ମଧ୍ୟରୁ ମାତ୍ର ତିନିଟି ଛବିର ସଂଗୀତ ନିର୍ଦ୍ଦେଶକ ଥିଲେ ଅକ୍ଷୟ ମହାନ୍ତି।

ଏହି ସିନେମାଗୁଡ଼ିକ ହେଲା "ମଲାଜହ୍ନ", "ସଂସାର" ଓ "ଯାଯାବର"।Advertisment NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ ନିତାଇ ପାଲିତଙ୍କ ନିର୍ଦ୍ଦେଶିତ "ମଲାଜହ୍ନ"ରେ ପ୍ରଣବ ଗାଇଥିବା "ମୋର ଅନ୍ତର ମନ୍ଦିରେ ରହି, କୁହୁକରେ ଦେଉଛ ଭୁଲାଇ..."ର ଗୀତିକାର ଥିଲେ ବୈକୁଣ୍ଠନାଥ ବନମାଳୀ ବ୍ରହ୍ମଚାରୀ।

ଏହି ଗୀତରେ ପ୍ରଣବ କଲ୍ୟାଣୀ ଭଟ୍ଟାଚାର୍ଯ୍ୟଙ୍କ ସହ କଣ୍ଠଦାନ କରିଥିଲେ। "ମଲାଜହ୍ନ" ଥିଲା ସଙ୍ଗୀତକାର ଭାବେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ସିନେମା।

ଏହାପରେ ଗୌର-ପାର୍ବତୀଙ୍କ ଛବି "ସଂସାର" (୧୯୭୩)ରେ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି ପୁନର୍ବାର ପ୍ରଣବଙ୍କ କଣ୍ଠରେ ଗୀତ ରେକର୍ଡ କରିଥିଲେ।

ପ୍ରଣବଙ୍କ କଣ୍ଠରେ "ସଂସାର"ର "ନକର ନକର ମନ ତିଳେ ଭାବନା, ଭାବିଲେ କି ଯିବ ଚାଲି ଶୋକ ଯାତନା..." ଖୁବ୍‌ ଲୋକପ୍ରିୟ ହୋଇଥିଲା।

ଏହାର ଗୀତିକାର ଥିଲେ ଜୟଦେବ ପୁରସ୍କାରପ୍ରାପ୍ତ ସାରଦା ପ୍ରସନ୍ନ ନାୟକ।

ପୁଣି ଥରେ ଅକ୍ଷୟ ମହାନ୍ତି ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଓଡ଼ିଆ ଛବି "ଯାଯାବର"ର ସଫ୍‌ଟ ରୋମାଣ୍ଟିକ୍ ଗୀତ "ହାୟ ସେ ହରିଣୀ ଆଖି..." ‌ରେକର୍ଡ କରିଥିଲେ।

ଏହି ଚମତ୍କାର ଗୀତଟିକୁ ଲେଖିଥିଲେ ନିଜେ ଅକ୍ଷୟ।

ଏହା ହିଁ ଥିଲା ଓଡ଼ିଆ ଛବିରେ ଅକ୍ଷୟ-ପ୍ରଣବ ଯୋଡ଼ିର ଶେଷ ଗୀତ।

Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ ଓଲିଉଡ୍‌ର ଅନ୍ୟ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ  ସ୍ବରୂପ ନାୟକ ଓ ପ୍ରଣବ ପଟ୍ଟନାୟକଙ୍କ ମଧ୍ୟରେ ଦୀର୍ଘ ଦଶନ୍ଧିର ସଂପର୍କ ଥିଲା।

ସ୍ବରୂପ ୬୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସ୍ବର ସଂଯୋଜନା କରିଥିଲେ ହେଁ କେବଳ ଗୋଟିଏ ଛବିରେ ପ୍ରଣବଙ୍କୁ ନେଇଥିଲେ।

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ "ଲକ୍ଷେ ଶିବ ପୂଜି ପାଇଚି ପୁଅ"ରେ ସ୍ବରୂପଙ୍କ ସ୍ବରରୋପିତ ଗୀତ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ରେକର୍ଡ ହୋଇଥିଲା।

୧୯୯୪ରେ ମୁକ୍ତିଲାଭ କରିଥିବା ଏହି ସିନେମାର ଶୀର୍ଷକ ଗୀତ‌ର ଦୁଇଟି ଭର୍ସନ୍ ଥିଲା।

ଏଥିମଧ୍ୟରୁ ହାପି ଭର୍ସନ୍‌ଟିରେ କଣ୍ଠଦାନ କରିଥିଲେ ପ୍ରଣବ ପଟ୍ଟନାୟକ।

ତାଙ୍କ ସହ ଦ୍ବୈତ କଣ୍ଠରେ ଗୀତଟିକୁ ଗାଇଥିଲେ ତୃପ୍ତି ଦାସ।

ଗୀତର ମୁଖୁଡ଼ା ଥିଲା "ଲକ୍ଷେ ଶିବ ପୂଜି ପାଇଛି ମୁଁ ପୁଅ, ମୋ ପୁଅ ପରି କେହି ନୁହଁ..."।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)