Judgement: ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ଡିସେମ୍ବର ୧ ସୁଦ୍ଧା ଅନନ୍ତ ସିଂହଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଜେଡିୟୁରୁ ବହିଷ୍କୃତ ବିବାଦୀୟ ରାଜନେତା ତଥା ମୋକମା ବିଧାୟକ ଅନନ୍ତ କୁମାର ସିଂହଙ୍କୁ ସୁପ୍ରିମକୋର୍ଟ ରୁ ବଡ଼ ଝଟ୍କା ଲାଗିଛି।
ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କୁ ମିଳିଥିବା ଜାମିନ କୁ ଖାରଜ କରିଦେଇଛନ୍ତି।
Advertisment ବିଚାରପତି ଏମ୍ଏମ୍ ସୁନ୍ଦରେଶ ଓ ପିଭି ଭରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନନ୍ତ ସିଂହଙ୍କୁ ଡିସେମ୍ବର ୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କହିଛନ୍ତି।
ଖଣ୍ଡପୀଠ ପାଟନା ହାଇକୋର୍ଟଙ୍କ ଜାମିନ ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି।
କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଅପରାଧର ଗମ୍ଭୀରତା ଓ ସିଂହଙ୍କ ବ୍ୟାପକ ଅପରାଧିକ ରେକର୍ଡକୁ ପର୍ଯ୍ୟାପ୍ତ ଭାବରେ ବିଚାର କରାଯାଇ ନାହିଁ।
ବିହାର ପୁଲିସକୁ ଚାରି ମାସ ସମୟ ୩୦ ଅକ୍ଟୋବର, ୨୦୨୫ରେ ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ମୋକମା ତାଲରେ ଏକ ହିଂସାତ୍ମକ ସଂଘର୍ଷ ସମୟରେ ଜଣେ ଆଞ୍ଚଳିକ ଶକ୍ତିଶାଳୀ ବ୍ୟକ୍ତି ଦୁଲାରଚାନ୍ଦ ଯାଦବଙ୍କୁ ହତ୍ୟା କରାଯାଇଥିଲା।
ନିର୍ବାଚନ ପ୍ରଚାର ସମୟରେ ଯାଦବ ଜନ ସୁରାଜ ପାର୍ଟି ପ୍ରାର୍ଥୀ ପୀୟୁଷ ପ୍ରିୟଦର୍ଶୀଙ୍କୁ ସମର୍ଥନ କରିଥିଲେ।
ଘୋସୱାରୀ ପୁଲିସ ଷ୍ଟେସନରେ ଦାୟର ହୋଇଥିବା ଏଫ୍ଆଇଆର୍ ଅନୁଯାୟୀ, ଅକ୍ଟୋବର ୩୦ ତାରିଖରେ ଅନନ୍ତ ସିଂହ ଓ ତାଙ୍କ ସହଯୋଗୀମାନେ ଯାଦବଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣିଥିଲେ, ତାଙ୍କ ଗୋଡରେ ଗୁଳି କରିଥିଲେ, ତାଙ୍କୁ ଶାରୀରିକ ଆକ୍ରମଣ କରିଥିଲେ ଓ ଏକ ଏସ୍ୟୁଭି ତାଙ୍କ ଉପରେ ଚଢ଼ାଇ ଦେଇଥିଲେ।
ଚାରି ମାସ ଭିତରେ ଏହି ମାମଲାର ତଦନ୍ତ ସାରିବାକୁ ବିହାର ପୁଲିସକୁ କୋର୍ଟ ସମୟ ଦେଇଛନ୍ତି।
Court Notice: ସୌରଭ ଦାସଙ୍କ ପରିଚୟ ଓ ନାଗରିକତା ଯାଞ୍ଚ ଦାବି: ମାଡ୍ରାସ ହାଇକୋର୍ଟଙ୍କ ନୋଟିସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
