Court Notice: ସୌରଭ ଦାସଙ୍କ ପରିଚୟ ଓ ନାଗରିକତା ଯାଞ୍ଚ ଦାବି: ମାଡ୍ରାସ ହାଇକୋର୍ଟଙ୍କ ନୋଟିସ୍

Oct 30, 2026 - 14:12
Court Notice: ସୌରଭ ଦାସଙ୍କ ପରିଚୟ ଓ ନାଗରିକତା ଯାଞ୍ଚ ଦାବି: ମାଡ୍ରାସ ହାଇକୋର୍ଟଙ୍କ ନୋଟିସ୍

ଚେନ୍ନାଇ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ମୁଖପାତ୍ର ସୌରଭ ଦାସ ଙ୍କ ନାଗରିକତା ଓ ପୃଷ୍ଠଭୂମିର ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।

ଆବେଦନରେ ନ୍ୟାୟପାଳିକା ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଅବରୋଧ କରିବାକୁ ମଧ୍ୟ ଦାବି କରାଯାଇଛି।

ହାଇକୋର୍ଟ ଶୁକ୍ରବାର ମାମଲାରେ ଜଡିତ ପକ୍ଷମାନଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛନ୍ତି।

Advertisment ନ୍ୟାୟପାଳିକା ଓ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସୌରଭଙ୍କ ସାମାଜିକ ଗଣମାଧ୍ୟମ ଖାତା ବନ୍ଦ କରିବାକୁ ମଧ୍ୟ ଆବେଦନ କରାଯାଇଛି।

ତାମିଲନାଡୁର କାଞ୍ଚିପୁରମ୍ ଅଞ୍ଚଳର ଗଣେଶ କୁମାର ଏହି ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି।

ଆବେଦନରେ ସୌରଭ ଦାସଙ୍କ ପ୍ରକୃତ ନାମ ଯୋଗେଶ ଶର୍ମା ବୋଲି ଦର୍ଶାଯାଇଛି।

ତାଙ୍କ ପରିଚୟ, ନାଗରିକତା ଓ ମାତାପିତାଙ୍କ ସମ୍ପର୍କରେ ବିସ୍ତୃତ ତଦନ୍ତ କରିବାକୁ ଆବେଦନକାରୀ ଦାବି କରିଛନ୍ତି।

ପାସପୋର୍ଟ ଓ ଆଧାର କାର୍ଡ ରଦ୍ଦ କରିବାକୁ ଆବେଦନ ତଦନ୍ତରେ ସେ ବିଦେଶୀ ନାଗରିକ ବୋଲି ପ୍ରମାଣିତ ହେଲେ ତାଙ୍କ ପାସପୋର୍ଟ ଓ ଆଧାର କାର୍ଡ ରଦ୍ଦ କରିବାକୁ ମଧ୍ୟ ଆବେଦନରେ କୁହାଯାଇଛି।

ଏଥିସହିତ ତାଙ୍କ 'ଏକ୍ସ' ଓ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ବନ୍ଦ କରିବାକୁ ଦାବି ହୋଇଛି।

ମୁଖ୍ୟ ବିଚାରପତି ଏସ୍‌.ଏ.

ଧର୍ମାଧିକାରୀ ଓ ବିଚାରପତି ଜି.

ଅରୁଲ ମୁରୁଗନ୍‌ଙ୍କ ଖଣ୍ଡପୀଠ ସୌରଭ ଦାସ, କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ଜବାବ ମାଗିଛନ୍ତି।

ଛଅ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Judgement: ଗାନ୍ଧୀଙ୍କ ନାତିଙ୍କ ଜମିରୁ ଜବରଦଖଲ ହଟାଇବାକୁ ଆମେରିକା କୋର୍ଟଙ୍କ ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)