Wrestling: ରାଜ୍ୟ କୁସ୍ତି ଉଦ୍‌ଯାପିତ: ପୁରୀ ଓ କଟକର ଆଧିପତ୍ୟ

Oct 30, 2026 - 13:57
Wrestling: ରାଜ୍ୟ କୁସ୍ତି ଉଦ୍‌ଯାପିତ: ପୁରୀ ଓ କଟକର ଆଧିପତ୍ୟ

ସମ୍ବଲପୁର : ସମ୍ବଲପୁରର ଗଙ୍ଗାଧର ମଣ୍ଡପଠାରେ ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।

ଏଥିରେ ପୁରୀ ଓ କଟକ ଖେଳାଳି ଆଧିପତ୍ୟ ବିସ୍ତାର କରିଥିଲେ।

ଦ୍ବିତୀୟ ତଥା ଅନ୍ତିମ ଦିନରେ ୧୭ ଓ ୧୫ ବର୍ଷରୁ କମ୍ ବାଳକ, କନିଷ୍ଠ ମହିଳା, ବରିଷ୍ଠ ମହିଳା ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Advertisment ୧୭ ବର୍ଷରୁ କମ୍ ବାଳକ ୫୧ କେଜିରେ ପୁରୀର ଆକାଶ ପୃଷ୍ଟି, ୫୬ କେଜିରେ କଟକର ରୋହିତ ସାମଲ, ୧୫ ବର୍ଷରୁ କମ୍ ୪୬ କେଜିରେ ପୁରୀର ବୀରେନ ଦଳାଇ, ୫୩ କେଜିରେ ପୁରୀର ଜୟକୃଷ୍ଣ ସାମନ୍ତରାୟ ବିଜେତା ହୋଇଛନ୍ତି।

କନିଷ୍ଠ ମହିଳା ୫୦ କେଜିରେ କଟକର ଶୁଭଲକ୍ଷ୍ମୀ ପାଲ, ୫୩ କେଜିରେ କଟକର ଅନ୍ନପୂର୍ଣ୍ଣା ନାୟକ, ୫୬ କେଜିରେ କଟକର ସୋନିଆ ନାୟକ, ୫୯ କେଜିରେ କଟକର ଗାୟତ୍ରୀ ପାଣି ବିଜୟିନୀ ହୋଇଛନ୍ତି।

୭୨ କେଜିରେ ପୋଷ୍ଟାଲର ମନୀଷା ବିଜୟିନୀ ବରିଷ୍ଠ ମହିଳା ୫୦ କେଜିରେ କଟକର ଶୁଭଶ୍ରୀ ନାୟକ, ୫୩ କେଜିରେ ପୁରୀର ଆଲୋକରଶ୍ମି ଗୁରୁ, ୫୫ କେଜିରେ ଭଦ୍ରକର ବନିତା ବେହେରା, ୫୭ କେଜିରେ ପୁରୀର ସୁପ୍ରିୟା ମହାପାତ୍ର, ୫୯ କେଜିରେ ବାଲେଶ୍ବରର ଲକ୍ଷ୍ମୀପ୍ରିୟା ବେହେରା, ୬୨ କେଜିରେ କଟକର ଅଜିଜା ବେଗମ୍, ୬୮ କେଜିରେ ସମ୍ବଲପୁରର ତମନ୍ନା ଗୋପେ, ୭୨ କେଜିରେ ପୋଷ୍ଟାଲର ମନୀଷା ବେହେରା ବିଜୟିନୀ ହୋଇଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବୀ ପ୍ରଦୀପ ବହିଦାର ଏବଂ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସଂଘର ସଭାପତି ଗିରୀଶ ପଟେଲ, ରାମଦାସ ପଣ୍ଡା, ସୁବ୍ରତ ପଣ୍ଡା, ଲକ୍ଷ୍ମଣ ମେହେର ଉପସ୍ଥିତ ଥିଲେ।

ସମ୍ପାଦକ ସୁବାସ ଚନ୍ଦ୍ର ବେହେରା, ଅରୁଣ ଆଜାଡ଼ିୱାଲ, ସ୍ୱାଗତ ଘଡ଼େଇ, ସଞ୍ଜୀବ ପଟ୍ଟନାୟକ, ପରେଶ ବେରିହା, କ୍ଷମାନିଧି ବାଦୀ, ପୁଷ୍ପାଞ୍ଜଳି ସାହୁ, ଶାନ୍ତି ଗୋପେ, ଆଶା ସାମଲ ଓ ଡିଙ୍ଗିର ମେହେର ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ।

East Zone Sport Climbing: ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମ୍ବିଂ: ଓଟିଏସ୍‌ଏଏଫ୍‌କୁ ୫ ପଦକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)