Isro Recruitment-2026: ଇସ୍ରୋରେ ୬୧ଟି ପଦବି ପାଇଁ ନିଯୁକ୍ତି ସୁଯୋଗ, ନଭେମ୍ବର ୧୩ ଆବେଦନର ଶେଷ ତାରିଖ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ରେ ଚାକିରି କରିବାକୁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।
ଇସ୍ରୋ ପକ୍ଷରୁ ଟେକ୍ନିକାଲ୍ ଏବଂ ଡ୍ରାଇଭର ପଦବିରେ ନିଯୁକ୍ତି ପାଇଁ ଅଫିସିଆଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୧ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯିବ।
ଯୋଗ୍ୟ ପ୍ରାର୍ଥୀମାନେ ନିଜର ଯୋଗ୍ୟତା ଯାଞ୍ଚ କରି ଏହି ପଦବି ପାଇଁ ଆବେଦନ କରିପାରିବେ।
ଆବେଦନର ଶେଷ ତାରିଖ ୧୩ ନଭେମ୍ବର ୨୦୨୬ ରହିଛି।
Advertisment କିଏ କରିପାରିବେ ଆବେଦନ?
ISRO URSCରେ ଟେକ୍ନିକାଲ୍ ଏବଂ ଡ୍ରାଇଭର ପଦବି ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।
ଏଥିସହ ସମ୍ପୃକ୍ତ ଟ୍ରେଡ୍ରେ ଆଇଟିଆଇ ସାର୍ଟିଫିକେଟ୍ ଥିବା ମଧ୍ୟ ଜରୁରୀ।
ବୟସ ସୀମା ୧୮ରୁ ୩୫ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି।
କେତେ ମିଳିବ ଦରମା?
ଟେକ୍ନିକାଲ୍ ପଦବୀ: ମାସିକ ୨୧,୭୦୦ ଟଙ୍କା।
ଡ୍ରାଇଭର ପଦବୀ: ମାସିକ ୧୯,୯୦୦ ଟଙ୍କା।
ଘରେ ବସି କିପରି କରିବେ ଆବେଦନ?
ISRO URSCରେ ଟେକ୍ନିକାଲ୍ ଏବଂ ଡ୍ରାଇଭର ପଦବି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଆବେଦନ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ।
ପ୍ରଥମେ ISROର ଅଫିସିଆଲ୍ ୱେବସାଇଟ୍ www.isro.gov.in କିମ୍ବା www.ursc.gov.in କୁ ଯାଆନ୍ତୁ।
ୱେବସାଇଟ୍ର ହୋମ୍ପେଜ୍ରେ ଥିବା Career ବିଭାଗ ଉପରେ କ୍ଲିକ୍ କରନ୍ତୁ।
ଆବେଦନ ଫର୍ମରେ ଆବଶ୍ୟକ ସମସ୍ତ ତଥ୍ୟ ସଠିକ୍ ଭାବେ ପୂରଣ କରନ୍ତୁ।
ଆବଶ୍ୟକୀୟ ଦସ୍ତାବିଜ୍ଗୁଡ଼ିକର ସ୍କାନ୍ କପି ଅପଲୋଡ୍ କରନ୍ତୁ।
ଶେଷରେ ଫର୍ମ ଦାଖଲ କରି ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ।
ଆମେରିକାରେ ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା: ୩ ମୃତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
