ମୋଦୀଙ୍କ ସହ ରହିଲେ ଆଗକୁ ବଢ଼ିପାରିବ – ଶୁଭେନ୍ଦୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ପ୍ରଣବ ମୁଖାର୍ଜୀ

Nov 25, 2026 - 16:14
ମୋଦୀଙ୍କ ସହ ରହିଲେ ଆଗକୁ ବଢ଼ିପାରିବ – ଶୁଭେନ୍ଦୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ପ୍ରଣବ ମୁଖାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ତାଙ୍କୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରହିବାକୁ ପରାମର୍ଶ ଦେଇଥିଲେ ବୋଲି ସେ କହିଛନ୍ତି। ମଙ୍ଗଳବାର (ନଭେମ୍ବର ୨୪) କୋଲକାତାରେ ଆୟୋଜିତ ‘ଦି ଇକୋନୋମିକ୍ ଟାଇମ୍ସ ବେଙ୍ଗଲ ଆସେଣ୍ଡସ୍’ ସମ୍ମିଳନୀରେ ଯୋଗଦେଇ ଶୁଭେନ୍ଦୁ ଏହି କଥା ପ୍ରକାଶ କରିଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଣବ ମୁଖାର୍ଜୀ ତାଙ୍କର ପ୍ରଥମ ରାଜନୈତିକ ପରାମର୍ଶଦାତା ଥିଲେ। ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେବା ପରେ ସେ ତାଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନ ଯାଇଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ଶୁଭେନ୍ଦୁଙ୍କ କହିବା ଅନୁସାରେ, ପ୍ରଣବ ମୁଖାର୍ଜୀ ତାଙ୍କୁ କହିଥିଲେ, ‘ତୁମେ କ’ଣ ଚାହୁଁଛ, ତାହା ଭାବିଚିନ୍ତି ସ୍ଥିର କର। ଯଦି ଜଣେ କର୍ମଚାରୀ ଭାବେ ରହିବାକୁ ଚାହୁଁଛ, ତେବେ ଏଠାରେ ରୁହ। କିନ୍ତୁ ଯଦି ନିଜ ଦମ୍‌ରେ ଆଗକୁ ବଢ଼ିବାକୁ ଚାହୁଁଛ, ତେବେ ମୋଦୀଜୀଙ୍କ ସହ ରୁହ। ଶୁଭେନ୍ଦୁ ଆହୁରି କହିଛନ୍ତି ଯେ, ପ୍ରଣବ ମୁଖାର୍ଜୀ ଟିଏମ୍‌ସିର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ନିଜର ମତ ରଖିଥିଲେ। ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନିୟନ୍ତ୍ରଣରେ ଦଳ ରହିଥିବା ସେ କହିଥିଲେ। ଶୁଭେନ୍ଦୁଙ୍କ ଭାଷାରେ, ଏହା ଏକ ବ୍ୟକ୍ତିକୈନ୍ଦ୍ରିକ ଦଳ ଥିଲା। ୨ ଜଣଙ୍କ ନିୟନ୍ତ୍ରଣରେ ଏହି ଦଳ ଏକ କମ୍ପାନୀ ଭଳି କାମ କରୁଥିଲା। ଯେଉଁଠି ଜଣେ ମ୍ୟାନେଜିଂ ଚେୟାରମ୍ୟାନ୍‌ ଓ ଅନ୍ୟ ଜଣେ ମ୍ୟାନେଜିଂ ଡାଇରେକ୍ଟର ଭଳି କାର୍ଯ୍ୟ କରୁଥିଲେ। ସେ କହିଛନ୍ତି, ମୁଁ ମଧ୍ୟ ସେହି ଦଳରେ ଥିଲି। କିନ୍ତୁ ମୁଁ ଜଣେ କର୍ମଚାରୀ ହୋଇ ରହିବାକୁ ଚାହୁଁ ନଥିଲି। ସେଥିପାଇଁ ଦଳ ଛାଡ଼ିଥିଲି। ପ୍ରଣବ ମୁଖାର୍ଜୀଙ୍କୁ ନିଜର ଅଭିଭାବକ ଓ ପରାମର୍ଶଦାତା ବୋଲି ବର୍ଣ୍ଣନା କରି ଶୁଭେନ୍ଦୁ କହିଛନ୍ତି, ରାଜନୀତିକୁ ଛାଡ଼ିଦେଲେ ମଧ୍ୟ ପ୍ରତ୍ୟେକ ଭାରତୀୟ ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନ କରନ୍ତି। ତେବେ ଏହି ଆଲୋଚନା କେବେ ହୋଇଥିଲା ବୋଲି ପଚରାଯିବାରୁ ସେ ନିର୍ଦ୍ଦିଷ୍ଟ ତାରିଖ କହିବାକୁ ମନା କରିଥିଲେ। ପ୍ରଣବ ମୁଖାର୍ଜୀ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କ ସମ୍ପର୍କରେ କିଛି କହିଲେ ବିବାଦ ସୃଷ୍ଟି ହୋଇପାରେ ବୋଲି ଶୁଭେନ୍ଦୁ କହିଥିଲେ।
ପ୍ରଣବ ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ୧୩ତମ ରାଷ୍ଟ୍ରପତି ଥିଲେ। ୨୦୨୦ ଅଗଷ୍ଟରେ ତାଙ୍କର ଦେହାନ୍ତ ହୋଇଥିଲା। ଏହାର କିଛି ମାସ ପରେ ଶୁଭେନ୍ଦୁ ଅଧିକାରୀ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୨୦ ଡିସେମ୍ବର ୧୯ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ୧୯୯୮ରେ ସେ ଟିଏମ୍‌ସିରେ ଯୋଗ ଦେଇଥିଲେ। ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନ ମାଧ୍ୟମରେ ସେ ରାଜ୍ୟ ରାଜନୀତିରେ ନିଜର ପରିଚୟ ସୃଷ୍ଟି କରିଥିଲେ। ୨୦୦୯ ଓ ୨୦୧୪ରେ ତମଲୁକ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୬ରେ ନନ୍ଦୀଗ୍ରାମ ବିଧାନସଭା ଆସନରୁ ଜିତି ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଆସନରୁ ମମତା ବାନାର୍ଜୀଙ୍କୁ ୧,୯୫୬ ଭୋଟ୍‌ରେ ପରାସ୍ତ କରିଥିଲେ ଶୁଭେନ୍ଦୁ। ଯଦିଓ ସେହି ନିର୍ବାଚନରେ ବିଜେପି ହାରିଥିଲା, ତଥାପି ଶୁଭେନ୍ଦୁ ବିରୋଧୀ ଦଳର ନେତା ହୋଇଥିଲେ। ୨୦୨୬ ବିଧାନସଭା ନିର୍ବାଚନରେ ବିଜେପି ୨୯୪ଟି ଆସନରୁ ୨୦୭ଟି ଜିତିଥିଲା। ଏଥର ଭବାନୀପୁର ଆସନରୁ ମମତା ବାନାର୍ଜୀଙ୍କୁ ପରାସ୍ତ କରି ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)