ମଞ୍ଚ ଉପରେ ଟଳି ପଡିଲେ ଅଭିନେତା
ବ୍ରହ୍ମପୁର : ଅଭିନୟ କରୁ କରୁ ମଞ୍ଚ ଉପରେ ଟଳି ପଡିଲେ କଳାକାର । ରାମାୟଣ ନାଟକ ପରିବେଷଣ ସମୟରେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା ଯୁବ କଳାକାର ମିଥୁନ ପ୍ରଧାନ ମଞ୍ଚ ଉପରେ ଟଳିପଡ଼ି ପ୍ରାଣ ହରାଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡିଆ ଗାଁରେ ମଞ୍ଚସ୍ଥ ହେଉଥିଲା ରାମାୟଣ ନାଟକ । ନାଟକ ମଞ୍ଚସ୍ଥ ଚାଲିଥିବାବେଳେ ହଠାତ୍ ଟଳିପଡିଥିଲେ ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାର ମିଥୁନ ।
ତାଙ୍କୁ ତୁରନ୍ତ ଆଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ମିଥୁନଙ୍କ ମୃତ୍ୟୁ ହୋଇଥିବା ସୁଚନା। ଅକାଳରେ ମିଥୁନଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
