ପ୍ରତାରଣା ଓ ଠକେଇ ଅଭିଯୋଗ ରେ ଓଡ଼ିଆ ଅଭିନେତା ଗିରଫ

Nov 25, 2026 - 11:26
ପ୍ରତାରଣା ଓ ଠକେଇ ଅଭିଯୋଗ ରେ ଓଡ଼ିଆ ଅଭିନେତା ଗିରଫ

ଭୁବନେଶ୍ୱର : ପ୍ରେମ ପ୍ରତାରଣା ଓ ଠକେଇ ଅଭିଯୋଗରେ ଟେଲି ଅଭିନେତା ତଥା ପ୍ରଯୋଜକ ରାକେଶ ପାଢ଼ୀ ଗିରଫ । ଜଣେ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ବିଭିନ୍ନ ପର୍ଯ୍ୟାୟରେ ତାଙ୍କଠାରୁ ୫ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଯୁବତୀ ଜଣକ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପୁରେ ଗତକାଲି ରାତିରେ ପଟିଆ ସ୍ଥିତ ଏକ ଆପାର୍ଟମେଣ୍ଟରୁ ତାଙ୍କୁ ଧରିଛି ଭରତପୁର ଥାନା ପୋଲିସ ।

ଅଭିଯୁକ୍ତ ରାକେଶ କୁମାର ପାଢ଼ୀଙ୍କ ଘର କଟକରେ ହୋଇଥିବା ବେଳେ ସେ ଭୁବନେଶ୍ୱର ପଟିଆରେ ରହୁଥିଲେ । ତାଙ୍କର ଫିଲ୍ମ ପ୍ରଯୋଜନା ବ୍ୟତୀତ ବିଭିନ୍ନ ବ୍ୟବସାୟ ମଧ୍ୟ ରହିଥିଲା । ଗିରଫ ପରେ ପୋଲିସ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଜବତ କରିଛି । 

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ରାକେଶ କୁମାର ପାଢ଼ୀ ଏବଂ ପୀଡ଼ିତା ଯୁବତୀଙ୍କ ମଧ୍ୟରେ ଏକ ପାର୍ଟିରେ ପ୍ରଥମେ ଦେଖାସାକ୍ଷାତ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା । ଫିଲ୍ମରେ ଅଭିନୟ ତଥା କାମ କରିବାର ସୁଯୋଗ ଦେବା ବାହାନାରେ ରାକେଶ ଯୁବତୀଙ୍କ ସହ ଘନିଷ୍ଠତା ବଢ଼ାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା ।

ସମ୍ପର୍କ ନିବିଡ଼ ହେବା ପରେ ସେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ​ବିବାହ ଓ ଫିଲ୍ମରେ କାମ ଦେବାର ଆଳ ଦେଖାଇ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ପୀଡ଼ିତାଙ୍କଠାରୁ ମୋଟ ୫ ଲକ୍ଷ ଟଙ୍କା ନେଇଥିଲେ। ତେବେ ଟଙ୍କା ନେବା ପରେ ସେ ବିବାହ କରିବାକୁ ମନା କରିବା ସହ ଯୁବତୀଙ୍କଠାରୁ ଦୂରେଇ ଯାଇଥିଲେ ଏବଂ ଆଉ ଧରାଛୁଆଁ ଦେଇନଥିଲେ ।

ପ୍ରତାରିତ ହୋଇଥିବା ଜାଣିବା ପରେ ପୀଡ଼ିତା ଜଣକ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଗତକାଲି ରାତିରେ ପଟିଆ ସ୍ଥିତ ଫ୍ଲାଟରୁ ରାକେଶଙ୍କୁ ଉଠାଇ ଆଣିଥିଲା । ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି ।  ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ କମିଶନରେଟ ପୋଲିସ ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଚଳାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)