ଆସନ୍ତା କାଲି ଗୃହରେ ଆତ୍ମାହୁତି ଦେବେ ତାରା

Nov 25, 2026 - 16:48
ଆସନ୍ତା କାଲି ଗୃହରେ ଆତ୍ମାହୁତି ଦେବେ ତାରା

ଭୁବନେଶ୍ୱର : କୋଟିଆ ସୀମା ବିବାଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଚରମ ବାଣୀ । ଆଜି ବିଧାନସଭା ଶୂନ୍ୟ କାଳରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଚେତାବନୀ ଦେଇ କହିଥିଲେ, ଆସନ୍ତାକାଲି ଓଡ଼ିଶା ବିଧାନସଭା ଗୃହ ମଧ୍ୟରେ ଆତ୍ମାହୁତି ଦେବେ । 

ତେବେ ଚେତାବନୀର କାରଣକୁ ନେଇ କହିଛନ୍ତି ,ବିଧାନସଭାର ଚଳିତ ଅଧିବେଶନ ଆରମ୍ଭରୁ ସେ କୋଟିଆ ସୀମା ବିବାଦ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଆସୁଛନ୍ତି, କିନ୍ତୁ ସରକାର ଏପର୍ଯ୍ୟନ୍ତ ଏହାକୁ ପ୍ରାଥମିକତା ଦେଇନାହାନ୍ତି ।

ସେହିପରି, ବିବାଦୀୟ କୋଟିଆ ଗ୍ରାମ ପଞ୍ଚାୟତର ୫୪ ଜଣ ବାସିନ୍ଦା ଆନ୍ଧ୍ରପ୍ରଦେଶର ସ୍ଥାନୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିସାରିଥିବା ସେ ଦାବି କରିଛନ୍ତି । ଏହାପରେ ମଧ୍ୟ ଓଡ଼ିଶାର ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଥିବା କହିଛନ୍ତି ।

ଆସନ୍ତାକାଲି ଅର୍ଥାତ ୨୬ ନଭେମ୍ବର ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଯଦି କୋଟିଆ ପ୍ରସଙ୍ଗରେ ଆଲୋଚନା ନ ହୁଏ, ତେବେ ସେ ଗୃହ ମଧ୍ୟରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବେ ବୋଲି ଚରମ ବାଣୀ ଶୁଣାଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)