Hockey India League: ଜାନୁଆରିରେ ହକି ଇଣ୍ଡିଆ ଲିଗ୍: ଡିସେମ୍ବର ୭ରେ ଖେଳାଳି ନିଲାମ
ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ୨୦୨୬-୨୭ ସଂସ୍କରଣ ଆସନ୍ତା ଜାନୁଆରି ପ୍ରଥମ ସପ୍ତାହରୁ ଖେଳାଯିବ।
ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ନିଲାମ ଡିସେମ୍ବର ୭ ତାରିଖରେ ନୂଆଦିଲ୍ଲୀରେ କରାଯିବ ବୋଲି ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।
ଏହି ସଂସ୍କରଣରେ ପୁରୁଷରେ ୬ ଓ ମହିଳାରେ ୪ ଫ୍ରାଞ୍ଚାଇଜି ଅଂଶଗ୍ରହଣ କରିବେ।
ନିଲାମ ପୂର୍ବରୁ ଚଳିତ ମାସ ୨୯ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଖେଳାଳି ଅଦଳବଦଳ ପ୍ରକ୍ରିୟା ଚାଲିବ।
ଡିସେମ୍ବର ୨ ମଧ୍ୟାହ୍ନ ୧୨ଟା ସୁଦ୍ଧା ଫ୍ରାଞ୍ଚାଇଜିଗୁଡ଼ିକୁ ଖେଳାଳି ମୁକ୍ତ କରିବା ସହ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ।
ଡିସେମ୍ବର ୩ ଅପରାହ୍ଣ ୫ଟା ସୁଦ୍ଧା ଫ୍ରାଞ୍ଚାଇଜିଗୁଡ଼ିକ ନିଲାମ ତାଲିକାରୁ ବାଦ୍ ଦେବାକୁ ଚାହୁଥିବା ଖେଳାଳିଙ୍କ ନାଁ ଦେବେ।ଏହି ସଂସ୍କରଣରେ ପ୍ରତି ଫ୍ରାଞ୍ଚାଇଜି ନିଲାମରେ ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ ୪ ଓ ୨ କୋଟି ଟଙ୍କା ଖର୍ଚ୍ଚ କରିପାରିବେ।
ଖେଳାଳିଙ୍କ ନିଲାମ ଦର ୩ ବର୍ଗରେ ଯଥାକ୍ରମେ ୨, ୫ ଓ ୧୦ ଲକ୍ଷ ଟଙ୍କା ରହିଛି।
Advertisment ତାମିଲନାଡ଼ୁରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନିଆ ପିତୃତ୍ବ ଛୁଟି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
